Below header

ଭିଜିଲାନ୍ସ ଜାଲରେ କନ୍ଧମାଳ କ.ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର, ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍‌

କନ୍ଧମାଳ(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ କନ୍ଧମାଳ କ.ନୂଆଗାଁ ଫରେଷ୍ଟ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍‌। କେ. ନୂଆଗାଁ ସରକାରୀ କ୍ୱାର୍ଟର, କ. ନୂଆଗାଁ ସରକାରୀ କାର୍ଯ୍ୟାଳୟ ଓ ଭଞ୍ଜନଗର ଲେଣ୍ଡେଇ ସାହିରେ ଥିବା ବାସଗୃହରେ ଚଢାଉ କରାଯାଉଛି।

ଭଞ୍ଜନଗର ଦାଦରଲୁଣ୍ଡାରେ ଥିବା ଫାର୍ମ ହାଉସ୍‌, ବୌଦ୍ଧ ବୁଟପାଲିରେ ଥିବା ବାସଗୃହ ଓ ଗଞ୍ଜାମ ଗଙ୍ଗାପୁରରେ ଥିବା ଦୁଇ ଜଣ ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ୍‌ ଚାଲିଛି। ଚଢାଉରେ ସାମିଲ ଅଛନ୍ତି ଭିଜିଲାନ୍‌ସର ୪ଜଣ DSP, ୭ଜଣ ଇନିସପେକ୍ଟର ଓ ଅନ୍ୟ ଭିଜିଲାନ୍‌ସ କର୍ମଚାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.