ପୂର୍ବତନ ସାଂସଦ ଖାରବେଳ ସ୍ବାଇଁଙ୍କ ୟୁ-ଟର୍ଣ୍ଣ, ଦେଇଥିବା ମନ୍ତବ୍ୟ କଲେ ପ୍ରତ୍ୟାହାର

ବରିଷ୍ଠ ବିଜେପି ନେତା ଖାରବେଳ ସ୍ବାଇଁଙ୍କ ୟୁ ଟର୍ଣ୍ଣ । ପୂର୍ବରୁ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କଲେ । କହିଛନ୍ତି, ସେଦିନ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ସ୍ଵାଧୀନ ଭାବେ ଲଢ଼ିବି ବୋଲି କହିଥିଲି । ଏହାକୁ ମୁଁ ପ୍ରତ୍ୟାହାର କରୁଛି । ବାଲେଶ୍ଵର ଲୋକସଭା ଆସନ ପାଇଁ ତାଙ୍କୁ ଟିକେଟ ଦେବାକୁ ପ୍ରସ୍ତାବ ଦେଇଛନ୍ତି ।

ଭୁବନେଶ୍ୱର(କେନ୍ୟୁଜ୍‌) : ବରିଷ୍ଠ ବିଜେପି ନେତା ଖାରବେଳ ସ୍ବାଇଁଙ୍କ ୟୁ ଟର୍ଣ୍ଣ । ପୂର୍ବରୁ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କଲେ । କହିଛନ୍ତି, ସେଦିନ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ସ୍ଵାଧୀନ ଭାବେ ଲଢ଼ିବି ବୋଲି କହିଥିଲି । ଏହାକୁ ମୁଁ ପ୍ରତ୍ୟାହାର କରୁଛି । ବାଲେଶ୍ଵର ଲୋକସଭା ଆସନ ପାଇଁ ତାଙ୍କୁ ଟିକେଟ ଦେବାକୁ ପ୍ରସ୍ତାବ ଦେଇଛନ୍ତି । ଆଗାମୀ ପଦକ୍ଷେପ ପାଇଁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଡାକିଛି ସେମାନଙ୍କ ସହ ଆଲୋଚନା କରିବି ଓ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ କୁ ଯିବି ବୋଲି କହିଛନ୍ତି ବାଲେଶ୍ବରର ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ।

ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୂର୍ବରୁ ବାଲେଶ୍ଵର ଲୋକସଭା ଆସନରୁ ସ୍ଵାଧୀନରେ ଲଢ଼ିବି ବୋଲି ଦେଇଥିବା ପ୍ରତିକ୍ରିୟା ବାବଦରେ ପୁଣି ମତ ରଖିଥିଲେ ଖାରବେଳ । ସେଦିନ ମୁଁ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ସ୍ଵାଧୀନରେ ଲଢ଼ିବି ବୋଲି କହିଥିଲି । ଆଜି ମୁଁ ଏଭଳି ନିଷ୍ପତ୍ତି କୁ ପ୍ରତ୍ୟାହାର କରୁଛି ବୋଲି ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଥିଲେ । ମୁଁ ମୋର ପ୍ରସ୍ତାବ ବାବଦରେ ରାଜ୍ୟର ଶୀର୍ଷ ନେତୃତ୍ୱ ଙ୍କୁ ମୌଖିକ ଭାବରେ ଜଣାଇଛି । ବାଲେଶ୍ଵର ଲୋକସଭା ପାଇଁ ଟିକେଟ୍ ପରିବର୍ତ୍ତନ କରାଯାଉ । ମୋତେ ରାଜ୍ୟ ବିଜେପି ବାଲେଶ୍ଵର ଲୋକସଭା ଆସନରୁ ଟିକେଟ ଦେଉ ଓ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ କନ୍ଧମାଳ ଲୋକସଭା ଆସନ ନଚେତ୍ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଉ ବୋଲି ଖାରବେଳ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ମୁଁ ଭାରତୀୟ ଜନତା ପାର୍ଟିର ନେତୃତ୍ୱଙ୍କୁ ଅନୁରୋଧ କରୁଛି ଏଭଳି ସମୀକରଣ ହେଲେ ଉଭୟଙ୍କୁ ବିଜୟୀ ହେବାରେ ସହାୟକ ହେବ । ମୁଁ ଏ ବାବଦରେ ଦଳୀୟ ଶୀର୍ଷ ନେତୃତ୍ବ ଙ୍କୁ ଜଣାଇଛି । ବର୍ତମାନ ମୁଁ ମୋର ଆଗାମୀ ପଦକ୍ଷେପ ପାଇଁ ପ୍ରସ୍ତୁତ ହେଉଛି । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଡାକିଛି ସେମାନଙ୍କ ସହ ଆଲୋଚନା କରିବି ଓ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀକୁ ଗସ୍ତ କରିବି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ଵରର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ଖାରବେଳ ସ୍ବାଇଁ ପ୍ରତିକ୍ରିୟା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.