ଅମଣିଷ ପାଲଟିଲା ମଣିଷ, ୩ କିଲୋମିଟର ଯାଏଁ ଗାଈକୁ ଘୋଷାରିନେଲା ଟାଟା ଏସିଇ

ମରିଗଲା ମାନବିକତା । ହଜିଗଲା ଦୟା । ଆଉ ସାମ୍ନାକୁ ଦେଖାଗଲା କୃରତାର ଚିତ୍ର ।

ବାସୁଦେବପୁର (କେନ୍ୟୁଜ) : ମରିଗଲା ମାନବିକତା । ହଜିଗଲା ଦୟା । ଆଉ ସାମ୍ନାକୁ ଦେଖାଗଲା କୃରତାର ଚିତ୍ର । ଆଜିର ଏ ଚିତ୍ରରେ ଏମିତି କିଛି ଘଟିଛି ଯେ ଯାହାକୁ ଆମେ ଆପଣଙ୍କୁ ସ୍ପଷ୍ଟ ଭାବେ ଦେଖାଇପାରିବୁନି । କାହିଁକିନା ଏଥିରେ ନୃଶଂସତାର ସବୁ ସୀମା ଟପିଯାଇଛି ମଣିଷ । ବିଶ୍ୱାସ କରନ୍ତୁ ଏହାକୁ ଦେଖିବା ପରେ ଆଉ ପୁରା ଘଟଣା ଶୁଣିବା ପରେ ଆପଣଙ୍କ ରକ୍ତ ବି ଗରମ ହୋଇଯିବ ।

ଆପଣ ଦେଖିପାରୁଥିବେ ଯେ କେତେ ସ୍ପିଡରେ ଚାଲୁଛି ଗୋଟେ ଟାଟା ଏସିଇ ଗାଡି । ଆଉ ଗାଡି ପଛରେ ଝୁଲୁଛି ଗୋଟେ ଗାଈ । ଗାଡି ଯେତେ ଦୃତ ଗତିରେ ଚାଲିଛି, ଗାଈଟି ବି ସେତିକି ବେଗରେ ଘୋଷାଡି ଘୋଷାଡି ଚାଲିଛି । ଏଇଠୁ ଆପଣ ଅନୁମାନ ଲଗାନ୍ତୁ ଯେ ସେ ଗାଈଟିକୁ କେତେ କଷ୍ଟ ହୋଇଥିବ । ଆଉ ଦୁଃଖର କଥା କଣ ଜାଣିଛନ୍ତି, ଗାଈଟିକୁ ଏତେ ଜୋରରେ ଘୁଷୁଡି ହୋଇଛି ଯେ ତାର ଲାଞ୍ଜ ବି ଛିଡି ପଡିଛି ।

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳର । ଯେଉଁଠି ରାତିଅଧରେ ଚାଲିଛି ଗୋ ଚାଲାଣ। ଆଉ ଏହି ଗୋ ବ୍ୟବସାୟୀ ମାନେ ଗାଇ ଗୋରୁଙ୍କୁ ଅତି ନିର୍ମମ ଭାବେ ନେବା ସହିତ ଗୋ ମାତାର ମୃତ୍ୟୁ ହୋଇଥିବା ଭିଡିଓ ଭାଇରଲ ହେବାର ଲାଗିଛି । ଗତକାଲି ଏକ ଟାଟା ଏସି ଗାଡ଼ିରେ ଦୁଇଜଣ ଗୋ ବ୍ୟବସାୟୀ ୬ଟି ଗାଈକୁ ଭର୍ତ୍ତି କରି ଜାମୁଝାଡି ଅଭିମୁଖେ ଯାଉଥିଲା । ହେଲେ କେତେକ ବଜରଙ୍ଗ ଦଳର କର୍ମକର୍ତ୍ତା ଉକ୍ତ ଗାଡିକୁ ଧରିବାକୁ ଚେଷ୍ଟା କରିବାରୁ ଗାଡିଟି ଖୁବ ଦ୍ରୁତ ଗତିରେ ଶାବରପୁର ଗାଁକୁ ପଶିଯାଇଥିଲା ।

ଉକ୍ତ ଗାଡ଼ିରେ ଗୋଟିଏ ଗାଈ ଝୁଲି ପଡିବାରୁ ପ୍ରାୟ ୩ କିଲୋ ମିଟର ପର୍ଯ୍ୟନ୍ତ ଘୋଷାରି ହୋଇ ଯିବା ପରେ ଗାଈର ମୃତ୍ୟୁ ହୋଇଯାଇଛି । ପରେ ବଜରଙ୍ଗ ଦଳର ଯୁବକ ସହିତ ସ୍ଥାନୀୟ ଲୋକେ ସମିଆ ମିନିଷ୍ଟାଡିୟମ ପାଖରେ ଅଟକାଇ ଡ୍ରାଇଭର ଓ ତାର ସହଯୋଗୀକୁ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିବା ସହିତ ଥାନାକୁ ଖବର କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇ ଯୁବକକୁ ଥାନାକୁ ନେବା ସହିତ ଗାଡି ଓ ଗାଈକୁ ଥାନାକୁ ନେଇଆସିଥିଲେ । ଉକ୍ତ ଘଟଣା ଭାଇରଲ ହେବାପାରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପକ୍ଷେ ଡ୍ରାଇଭର ଓ ତାର ସହଯୋଗୀକୁ ପୋଲିସ କୋର୍ଟ ଚଲାଣ କରିଥିବା ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.