୯୦ ବର୍ଷରେ ପାଦ ଥାପିଲା RBI, ୯୦ ଟଙ୍କିଆ କଏନ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ ବର୍ଷ ପୂର୍ତ୍ତି । ଏହିଦିନକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ ଟଙ୍କିଆ କଏନ ଉନ୍ମୋଚନ କରିଛନ୍ତି । ସଂପୂର୍ଣ୍ଣ ରୁପାରେ ପ୍ରସ୍ତୁତ ୯୦ ଟଙ୍କିଆ କଏନର ଓଜନ ୪୦ ଗ୍ରାମ । ପ୍ରଧାନମନ୍ତ୍ରୀ X ଆକାଉଣ୍ଟରେ କଏନ ଜାରି କରି ସୂଚନା ଦେଇଛନ୍ତି ।

ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ ବର୍ଷ ପୂର୍ତ୍ତି । ଏହିଦିନକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ ଟଙ୍କିଆ କଏନ ଉନ୍ମୋଚନ କରିଛନ୍ତି । ଏହା ଏକ ରୁପା କଏନ । ପ୍ରଧାନମନ୍ତ୍ରୀ X ଆକାଉଣ୍ଟରେ କଏନ ଜାରି କରି ସୂଚନା ଦେଇଛନ୍ତି ।

ସଂପୂର୍ଣ୍ଣ ରୁପାରେ ପ୍ରସ୍ତୁତ ୯୦ ଟଙ୍କିଆ କଏନର ଓଜନ ୪୦ ଗ୍ରାମ । ଆରବିଆର ସ୍ୱତନ୍ତ୍ର ଦିବସ ଅବସରରେ ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମର ଏହି କଏନ ଉନ୍ମୋଚନ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଆର୍ଥିକ ପ୍ରଗତିରେ ଆରବିଆଇର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ୨୦୧୪ରେ ସାରା ଦେଶରେ ବ୍ୟାଙ୍କିଂ ବ୍ୟବସ୍ଥା ଅତି ଦୁର୍ବଳ ଥିଲା । ଆର୍ଥିକ ଭବିଷ୍ୟତକୁ ବ୍ୟାଙ୍କିଂ ବ୍ୟବସ୍ଥା ନିଶ୍ଚିତ କରିପାରୁନଥିଲା । ଏବେ କିନ୍ତୁ ସ୍ଥିତିରେ ଅନେକ ପ୍ରଗତି ହୋଇଛି ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ନୂଆ ସଂସଦ ଭବନ ଉଦ୍‌ଘାଟନ ସମୟରେ ୭୫ ଟଙ୍କିଆ କଏନ ଜାରି କରାଯାଇଥିଲା । ସେହିପରି ପ୍ରଧାନମନ୍ତ୍ରୀଙ୍କ ମନ କି ବାତର ୧୦୦ ତମ ଏପିସୋଡ ଅବସରରେ ୧୦୦ ଟଙ୍କିଆ କଏନ ମଧ୍ୟ ଜାରି ହୋଇଥିଲା । କିନ୍ତୁ ଏହି କଏନକୁ ସାଧାରଣରେ ବ୍ୟବହାର କରିପାରିବେ ନାହିଁ ।

ଆରବିଆଇର ସ୍ଥାପନା ୧୯୩୪ ମସିହା ଏପ୍ରିଲ ୧ ତାରିଖରେ ହୋଇଥିଲା । ଏହାର ହେଡ କ୍ୱାର୍ଟର କୋଲକତାରେ ରହିଥିଲା । କିନ୍ତୁ ଏହାର ୪ ବର୍ଷ ପରେ ମୁମ୍ବାଇକୁ ସ୍ଥାନାନ୍ତର କରାଯାଇଥିଲା । ଆରବିଆର ୯୦ ବର୍ଷ ମଧ୍ୟରେ ୨୬ ଗଭର୍ଣ୍ଣର ହୋଇସାରିଛନ୍ତି । ଏବେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.