ପାରିଣୀତି ଚୋପ୍ରାଙ୍କ ପ୍ରେଗନେନ୍ସିକୁ ନେଇ ସୋସିଆଲ ମିଡିଆରେ ଚାଲିଛି ଚର୍ଚ୍ଚା, ଅଭିନେତ୍ରୀ ଭିଡିଓ ସେୟାର କରି ଫ୍ୟାନ୍ସ କହିଲେ ସତ

ନିକଟରେ ପରିଣୀତି ଚୋପ୍ରା ତାଙ୍କର ଅପ୍‌କମିଂ ଫିଲ୍ମ ‘ଅମର ସିଂ ଚମକିଲା’ର ପ୍ରମୋସନରେ ଦେଖିବାକୁ ମିଳିଥିଲା । ଫିଲ୍ମର ଟ୍ରେଲର ଲଞ୍ଚ ଅବସରରେ ତାଙ୍କୁ କୋଆକ୍ଟର ଦିଲଜିତ ଦୋସାଞ୍ଜ ଏବଂ ନିର୍ଦ୍ଦେଶକ ଇମତିଆଜ ଅଲିଙ୍କ ସହ ଲଞ୍ଚ ଇଭେଣ୍ଟରେ ଦେଖିବାକୁ ମିଳିଥିଲା । ଏହି ସମୟରେ ଅଭିନେତ୍ରୀଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବା ପରେ ତାଙ୍କ ଗର୍ଭବତୀ କଥା ଶୁଣିବାକୁ ମିଳୁଛି ।

ବଲିଉଡର ସୁନ୍ଦର ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର କିଛି ମାସ ପୂର୍ବରୁ AAP ସାଂସଦ ରାଘବ ଚଢାଙ୍କ ସହ ବିବାହ ହୋଇଛି । ସେବେଠାରୁ ସେ ତାଙ୍କ ପରିବାର ସହିତ ଅଧିକ ସମୟ ବିତାଉଥିବାର ନଜର ଆସିଥାନ୍ତି । ନିକଟରେ ସେ ତାଙ୍କର ଅପ୍‌କମିଂ ଫିଲ୍ମ ‘ଅମର ସିଂ ଚମକିଲା’ର ପ୍ରମୋସନରେ ଦେଖିବାକୁ ମିଳିଥିଲା । ଫିଲ୍ମର ଟ୍ରେଲର ଲଞ୍ଚ ଅବସରରେ ତାଙ୍କୁ କୋଆକ୍ଟର ଦିଲଜିତ ଦୋସାଞ୍ଜ ଏବଂ ନିର୍ଦ୍ଦେଶକ ଇମତିଆଜ ଅଲିଙ୍କ ସହ ଲଞ୍ଚ ଇଭେଣ୍ଟରେ ଦେଖିବାକୁ ମିଳିଥିଲା । ଏହି ସମୟରେ ଅଭିନେତ୍ରୀଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବା ପରେ ତାଙ୍କ ଗର୍ଭବତୀ କଥା ଶୁଣିବାକୁ ମିଳୁଛି । ତେବେ ଏହି ଗୁଜବଗୁଡ଼ିକର କାରଣ ଥିଲା ତାଙ୍କ ଡ୍ରେସ୍‌ । ଏଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଇଥିଲା । ସେହି ସମୟରେ ମଧ୍ୟ ଅଭିନେତ୍ରୀ ଏହି କଥାକୁ ନେଇ ରିୟାକ୍ଟ କରିଥିଲେ । ବର୍ତ୍ତମାନ ଅଭିନେତ୍ରୀ ଦ୍ୱିତୀୟ ଥର ପାଇଁ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ଏକ ଭିଡିଓ ପ୍ରସ୍ତୁତ କରି ଏହି ବିଷୟରେ ସତ କଥା କହିଛନ୍ତି ।

ବାସ୍ତବରେ ଫିଲ୍ମ ‘ଚମକିଲା’ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ପାରିଣୀତି ଚୋପ୍ରା କଳା କଫ୍ଟନ ଡ୍ରେସରେ ନଜର ଆସିଥିଲେ । ସେହି ଡ୍ରେସ୍‌ ଦେଖି ଲୋକମାନେ ଭାବିଲେ ଯେ ଅଭିନେତ୍ରୀ ଗର୍ଭବତୀ ଅଛନ୍ତି ଏବଂ ସେ ନିଜ ପେଟକୁ ଲୁଚାଉଛନ୍ତି । ଏହା ପରେ ଅନେକ ସେହି ଇଭେଣ୍ଟର ଅନେକ ଭିଡିଓ ଭାଇରାଲ ହେବା ଆରମ୍ଭ ହୋଇଥିଲା । ଏହା ପରେ ପରିଣୀତିଙ୍କୁ ଏହାକୁ ନେଇ ଅନେକ ପ୍ରଶ୍ନ କରାଯାଇଥିଲା । ଏବେ ପାରିଣୀତି ଚୋପ୍ରା ବର୍ତ୍ତମାନ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ସେ ଗର୍ଭବତୀ ନୁହଁନ୍ତି । ସେ ଭିଡିଓରେ ସ୍ପଷ୍ଟ କରିଛନ୍ତି ଯେ ଯଦି ଲୁଜ୍‌ ଡ୍ରେସ୍‌ ହେତୁ ତାଙ୍କୁ ଗର୍ଭବତୀ ବୋଲି କୁହାଯାଉଛି । ତାହେଲେ ସେ ଲୁଜ୍‌ ଡ୍ରେସ୍‌ ଆଉ ପିନ୍ଧିବେ ନାହିଁ । ଏହାପରେ ପରିଣୀତି ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘ବର୍ତ୍ତମାନଠାରୁ ମୁଁ ଫିଟ୍ ପୋଷାକ ପିନ୍ଧିବି, କାରଣ ଯେତେବେଳେ ମୁଁ ଲୁଜ୍‌ ଡ୍ରେସ୍‌ ପିନ୍ଧୁଛି, ଲୋକମାନେ ଏହାକୁ ନେଇ ଅନେକ ପ୍ରକାରର କଥା କହିବାକୁ ଲାଗୁଛନ୍ତି । ଏହା ସହ ସେହି ଭିଡିଓଟି ପରିଣୀତି ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

ଏହାପୂର୍ବରୁ ଅଭିନେତ୍ରୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ କହିଥିଲେ ଯେ ସେ ଗର୍ଭବତୀ ନୁହଁନ୍ତି । ସେ ଲେଖିଥିଲେ ଯେ ଲୁଜ୍‌ ଡ୍ରେସ୍‌ ପିନ୍ଧିବା ଅର୍ଥ ନୁହେଁ ଯେ କେହି ଗର୍ଭବତୀ । ବର୍ତ୍ତମାନ ପରିଣୀତି ଏହାକୁ ନେଇ ସତ କଥା ଦର୍ଶକମାନେଙ୍କୁ ଜଣାଇଛନ୍ତି । ଏହି ଭିଡିଓ ଦେଖିବା ପରେ ଅଭିନେତ୍ରୀଙ୍କ ପ୍ରଶଂସକମାନେ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ଆଜିକାଲି ପାରିଣୀତି ଚୋପ୍ରା ଅଭିନୟ ସହିତ ତାଙ୍କ ମ୍ୟୁଜିକ୍‌ କ୍ୟାରିୟରକୁ ଆଗକୁ ନେବାରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ଏକ ମ୍ୟୁଜିକ୍ କନ୍ସର୍ଟ ମଧ୍ୟ କରିଥିଲେ । ଏହା ବ୍ୟତୀତ ସେ ଖୁବ୍ ଶୀଘ୍ର ଫିଲ୍ମ’ଚମକିଲା’ରେ ଦିଲଜିତ ଦୋସାଞ୍ଜଙ୍କ ସହ ଏକ ରିୟଲ ଷ୍ଟୋରିରେ ଅଭିନୟ କରିବେ । ଏହା ବ୍ୟତୀତ ସେ ଅନ୍ୟାନ୍ୟ ଅନେକ ପ୍ରୋଜେକ୍ଟରେ କାମ କରୁଛନ୍ତି । ତେବେ ଫିଲ୍ମ ‘ଚମକିଲା’ ସିନେମା ହଲ୍‌ରେ ରିଲିଜ୍‌ ହେବ ନାହିଁ ବରଂ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ।

 

View this post on Instagram

 

A post shared by @parineetichopra

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.