କଟକ ଜିଲ୍ଲା ମଙ୍ଗଦେଇପୁରରେ ଖୁବ୍‌ ଜମିଲା ପାରମ୍ପରିକ ଲଉଡ଼ି ଖେଳ ଉତ୍ସବ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମଙ୍ଗଦେଇପୁର ଗାଁରେ ଶେଷ ହୋଇଛି ଯାଦବଙ୍କ ଲଉଡ଼ି ଉତ୍ସବ ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମଙ୍ଗଦେଇପୁର ଗାଁରେ ଶେଷ ହୋଇଛି ଯାଦବଙ୍କ ଲଉଡ଼ି ଉତ୍ସବ । ଦୀର୍ଘ ୨୪ ବର୍ଷ ଧରି ଚାଲିଛି ଏହି ଲଉଡ଼ି ଖେଳ । ଗ୍ରାମର ପ୍ରଥମେ କାହ୍ନ ଚରଣ ବେହେରା ଏହାକୁ ଆରମ୍ଭ କରିଥିଲେ । ତାଙ୍କର ସ୍ୱର୍ଗବାସ ପରେ ଗ୍ରାମର ଯାଦବ ସମ୍ପ୍ରଦାୟ ମିଳିତ ଭାବେ ଏହି ଉତ୍ସବକୁ ଆୟୋଜନ କରି ଆସୁଛନ୍ତି । ଗତ ୩୦ ତାରିଖ ଦିନ ଜଗତସିଂହପୁର ଜିଲ୍ଲା ଯାଦବ ମହାସଂଘ ସଭାପତି ସନ୍ତୋଷ ଦାସ ଏବଂ ଉପସଭାପତି ପୀତବାସ ଦାସ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବାହାର ଅଞ୍ଚଳରୁ ୫ଟି ଲଉଡ଼ି ଦଳ ଭାଗ ନେଇ ଲଉଡ଼ି ଖେଳ ପ୍ରଦର୍ଶନ କରିଥିଲେ । ଗାଁ ଦୋଳ ମେଳଣର ଶେଷ ଦିନରେ ପ୍ରତି ବର୍ଷ ଏହି ଲଉଡ଼ି ଖେଳର ଆୟୋଜନ କରାଯାଇ ଆସୁଛି । ମା ବୁଢ଼ୀ ଜାଗୁଳାଇ ପୀଠରେ ହେଉଥିବା ଏହି ଉତ୍ସବରେ ଗ୍ରାମବାସୀ ଖୁବ୍‌ ଉତ୍ସାହର ସହ ଅଂଶଗ୍ରହଣ କରିଥାନ୍ତି । ଯାହା ଯାଦବଙ୍କ ଲଉଡ଼ି ଖେଳ ପରମ୍ପରାକୁ ଉଜ୍ଜୀବିତ ରଖି ପାରିଛି ।

LAUDI-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.