Below header

ବିଜେଡିର ଆକ୍ଷେପ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଗୋଲୋକ ମହାପାତ୍ର

ବିଜେଡିର ଆକ୍ଷେପ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଗୋଲୋକ ମହାପାତ୍ର । ବିଜେପି ଏକ ଜାତୀୟ ଦଳ । ଏହାର ପ୍ରାର୍ଥୀ ତାଲିକା ଦିଲ୍ଲୀରୁ ଘୋଷଣା ହୁଏ । ବିଜେପିର ମାମଲାରେ ମୁଣ୍ଡ ନପୁରାଇ ବିଜେଡି ପ୍ରଥମେ ୧୪୭ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁ ବୋଲି କହିଛନ୍ତି ଗୋଲୋକ ।

ଭୁବନେଶ୍ୱର(କେନ୍ୟୁଜ୍‌) : ନିର୍ବାଚନ ପାଖେଇବା ସହ ବଢୁଛି ରାଜନୈତିକ ବାକଯୁଦ୍ଧ । ପ୍ରାର୍ଥୀ ଚୟନକୁ ନେଇ ପୁଣି ରାଜ୍ୟ ବିଜେପିକୁ ଟାର୍ଗେଟ କରିଛି ବିଜେଡି । କହିଛି,୧୪୭ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ପାଉନି । ଏମିତିକି ୮୦ ସିଟରେ ବି ପ୍ରାର୍ଥୀ ନାହାନ୍ତି । ଯେଉଁଥିପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରି ପାରୁ ନାହିଁ । କେବଳ ବାହାସ୍ପୋଟ ମାରୁଥିଲେ । ଅନ୍ୟ ଦଳର ବିତାଡିତ, ଅପରାଧିକ କାର୍ଯ୍ୟରେ ନିୟୋଜିତ ଓ ଅନ୍ୟ ଦଳରୁ ଟିକେଟ ପାଉନଥିବା ନେତାଙ୍କୁ ବିଜେପି ଦଳରେ ସାମିଲ କରୁଛି ବୋଲି କହି ନିଶାନା କରିଛି ବିଜେଡି ।

ବିଜେଡିର ଆକ୍ଷେପ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଗୋଲୋକ ମହାପାତ୍ର । ବିଜେପି ଏକ ଜାତୀୟ ଦଳ । ଏହାର ପ୍ରାର୍ଥୀ ତାଲିକା ଦିଲ୍ଲୀରୁ ଘୋଷଣା ହୁଏ । ବିଜେପିର ମାମଲାରେ ମୁଣ୍ଡ ନପୁରାଇ ବିଜେଡି ପ୍ରଥମେ ୧୪୭ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରୁ ବୋଲି କହିଛନ୍ତି ଗୋଲୋକ । ପ୍ରଥମ ପର୍ଯ୍ୟାୟରେ ବିଜେଡି ୭୨ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । କିନ୍ତୁ ଏଯାଏ ବିଜେପି ବିଧାୟକ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିପାରିନାହିଁ । ଚର୍ଚ୍ଚା ହେଉଛି ବିଜେପି ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ଅପେକ୍ଷା କରିଥିବା ବେଳେ ବିଜେଡି ବିଜେପିର ତାଲିକାକୁ ଅପେକ୍ଷା କରିଛି । ଏଥିରୁ ଜଣାପଡୁଛି ବିଜେପି ଲିଷ୍ଟ ନ ଆସିବା ଯାଏ ବିଜେଡି ବାକି ୭୫ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନପାରେ । ବିଜେପି ଆସନ୍ତା ୩ ତାରିଖରେ ପ୍ରାର୍ଥୀ ତାଲିକା ଘୋଷଣା କରିବାର ସମ୍ଭାବନା ରହିଛି । ଏହାପରେ ବିଜେଡିର ବାକି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.