ଉତ୍କଳ ଦିବସରେ ରମ୍ଭା ରାଜପ୍ରାସାଦକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ନୂଆ ରୂପ ପାଇଲା ରମ୍ଭା ରାଜପ୍ରାସାଦ । ଉତ୍କଳ ଦିବସରେ ରୂପାନ୍ତରିତ ରମ୍ଭା ରାଜପ୍ରାସାଦକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଭାରତରେ ଏହି ଭବ୍ୟ ପ୍ୟାଲେସ ଏବେ ରାଜପ୍ରାସାଦ ହୋଟେଲ ଏବଂ ପ୍ରଥମ ୱେଲନେସ ରିଟ୍ରିଟ ଭାବେ କାର୍ଯ୍ୟ କରିବ ।

ଭୁବନେଶ୍ୱର(କେନ୍ୟୁଜ୍‌) : ନୂଆ ରୂପ ପାଇଲା ରମ୍ଭା ରାଜପ୍ରାସାଦ । ଉତ୍କଳ ଦିବସରେ ରୂପାନ୍ତରିତ ରମ୍ଭା ରାଜପ୍ରାସାଦକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଭାରତରେ ଏହି ଭବ୍ୟ ପ୍ୟାଲେସ ଏବେ ରାଜପ୍ରାସାଦ ହୋଟେଲ ଏବଂ ପ୍ରଥମ ୱେଲନେସ ରିଟ୍ରିଟ ଭାବେ କାର୍ଯ୍ୟ କରିବ । ଏହି ଭବ୍ୟ କୋଠାରେ ନିଜର ଟ୍ରେଡମାର୍କ ବାସ୍ତୁକଳା ସ୍ଥାନ ପାଇଛି । ସ୍ବାଧୀନତା ସଂଗ୍ରାମର ମୂକସାକ୍ଷୀ ଏହି ରାଜପ୍ରାସାଦ । ଏଠାରେ ପ୍ରଥମ ଉତ୍କଳ ସମ୍ମିଳନୀର ଆୟୋଜନ କରାଯାଇଥିବା ବେଳେ ମହାତ୍ମା ଗାନ୍ଧି, ପଣ୍ଡିତ ଜବାହାରଲାଲ ନେହେରୁଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସ୍ବାଗତ କରାଯାଇଥିଲା । ଓଡ଼ିଆ ଅସ୍ମିତାକୁ ପରିଚୟ ଦେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ରମ୍ଭା ରାଜପ୍ରାସାଦ। ଏଠାରେ ଓଡିଶାର ଇତିହାସ, ଭାସ୍କର୍ଯ୍ୟ ଓ ସଂସ୍କୃତିକୁ ପ୍ରଦର୍ଶନ କରାଯାଇଛି । ୫ ବର୍ଷରେ ପୁନରୁଦ୍ଧାର ହୋଇଥିବା ଏହି ରାଜପ୍ରାସାଦକୁ ଏବେ ସ୍ଥାନୀୟ ବାସିନ୍ଦାମାନେ ପରିଚାଳନା କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.