ପ୍ରେମିକ ସହ ମିଶି ସ୍କୃଡାଇଭରରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ବିବାହକୁ ମାତ୍ର ୪୫ ଦିନ ହୋଇଛି । ଘର କାନ୍ଥରେ ବାହା ଚିତା ଲିଭିନାହିଁ । ସ୍ୱାମୀର ମୃତଦେହ ପାଖରେ ଭୋ ଭୋ ହୋଇ କାନ୍ଦୁଥିଲା ସ୍ତ୍ରୀ । ମଝିରେ ମଝିରେ ଚେତା ହରାଉଥିଲା । ସେ ଦୃଶ୍ୟକୁ ଯିଏ ଦେଖୁଥିଲା ସେ ଆହା କହୁଥିଲେ । କାରଣ ଏଇ କିଛି ଦିନ ତଳେ ତାଙ୍କର ବିବାହ ହୋଇଥିଲା । ହେଲେ ହାତ ଛାଡ଼ି ଚାଲିଗଲେ ସ୍ୱାମୀ ।

ଗଜପତି: ବିବାହକୁ ମାତ୍ର ୪୫ ଦିନ ହୋଇଛି । ଘର କାନ୍ଥରେ ବାହା ଚିତା ଲିଭିନାହିଁ । ସ୍ୱାମୀର ମୃତଦେହ ପାଖରେ ଭୋ ଭୋ ହୋଇ କାନ୍ଦୁଥିଲା ସ୍ତ୍ରୀ । ମଝିରେ ମଝିରେ ଚେତା ହରାଉଥିଲା । ସେ ଦୃଶ୍ୟକୁ ଯିଏ ଦେଖୁଥିଲା ସେ ଆହା କହୁଥିଲେ । କାରଣ ଏଇ କିଛି ଦିନ ତଳେ ତାଙ୍କର ବିବାହ ହୋଇଥିଲା । ହେଲେ ହାତ ଛାଡ଼ି ଚାଲିଗଲେ ସ୍ୱାମୀ । ସ୍ୱାମୀକୁ ହରାଇ ସର୍ବଶାନ୍ତ ହେବା ପରେ ଏହି ନବବିବାହିତା କିପରି ତା ଜୀବନ କାଟିବ ତାକୁ ନେଇ ପରିବାର ଲୋକେ ପଡ଼ିଥିଲେ ଚିନ୍ତାରେ । ଏପଟେ ବାପ ଘର ଝିଅର ସଙ୍ଖା ସିନ୍ଦୂର ହଜିଥିବା କଷ୍ଟରେ ସେପଟେ ଶାଶୁ ଘର ଲୋକେ ରୋଜଗାରୀୟା ପୁଅ ହରାଇଥିବା କଷ୍ଟରେ । କିନ୍ତୁ ଏହି କଷ୍ଟ ଭିତରେ ପୁଅର ମୃତ୍ୟୁ ରହସ୍ୟ ସମସ୍ତଙ୍କୁ କରିଥିଲା ସ୍ତବ୍ଧ । ଯାହା ପରେ ପରିବାର ଲୋକେ ହତବାକ୍‌ ହୋଇ ରହିଗଲେ ।

ଏହି ନବବିବାହିତା ହେଉଛନ୍ତି ଏମ.ଜୟଲକ୍ଷ୍ମୀ । ଗତ ୨୮ତାରିଖ ଦିନ ବିବାହ ଉତ୍ସବରେ ଏମ. ଜୟଲକ୍ଷ୍ମୀ ନିଜ ସ୍ବାମୀ ଏମ.ଲିଙ୍ଗରାଜୁଙ୍କ ସହ ଗୁରାଣ୍ଡି ଥାନା ବାଟସିରିପୁର ଗାଁକୁ ଯାଇଥିଲେ । ୨୯ ତାରିଖ ସକାଳୁ ଏକ ଧାନ ବିଲରେ ବେକ କଟା ହୋଇ ମୃତ ଅବସ୍ଥାରେ ପଡ଼ିରହିଥିଲେ ଜୟଲକ୍ଷ୍ମୀଙ୍କ ସ୍ୱାମୀ ଏମ୍‌.ଲିଙ୍ଗରାଜୁ । ସେହି ଧାନ ବିଲରୁ ଉଦ୍ଧାର କରିଥିଲା ଗୁରାଣ୍ଡି ପୋଲିସ।

ବିବାହ ଉତ୍ସବର ବାଟସିରିପୁର ଗାଁରେ ସେ ଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଗାଁ ବାହାରକୁ ନେଇଥିଲେ । କେବଳ ଏତିକି ସୂଚନାରୁ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅନେକ ଦିଗ ପ୍ରତି ପୋଲିସ ତଦନ୍ତ ମଧ୍ୟ କରୁଥିଲା କାରଣ ହତ୍ୟାରେ ମୃତ୍ୟୁବରଣ କରିଥିବା ଏମ.ଲିଙ୍ଗରାଜୁଙ୍କ ସୁନା ଚେନ୍ ଓ ସୁନା ମୁଦି କାଡିନେଇଥିଲେ ହତ୍ୟାକାରୀ । ଏହା ଏକ ଲୁଟ ଓ ହତ୍ୟା ବୋଲି ଗଜପତି ଜିଲ୍ଲାରେ ଚର୍ଚ୍ଚା ହୋଇଥିଲା । କିନ୍ତୁ କଥାରେ ଅଛି ଅଭିଯୁକ୍ତ ଯେତେ ଚାଲାକ ହେଲେ ମଧ୍ୟ କିଛିନା କିଛି ପ୍ରମାଣ ଛାଡିଯାଏ ।

ତେବେ ଏହି ଘଟଣାରେ ପୋଲିସକୁ ଗୋଟିଏ ହିଁ ସୁରାକ ମିଳିଥିଲା ମୃତ ଏମ.ଲିଙ୍ଗରାଜ ପ୍ରାୟ ଏକ ମାସ ହେବ ନିଜ ବୈବାହିକ ଜୀବନକୁ ନେଇ ମାନସିକ ଚିନ୍ତାରେ ଥିଲେ ପରେ ଲିଙ୍ଗରାଜଙ୍କ ଧର୍ମପତ୍ନୀ ଜୟଲକ୍ଷ୍ମୀଙ୍କ କଲ ରେକର୍ଡ ପରୀକ୍ଷା କଲା ପୋଲିସ । ଜଣାପଡିଲା ନିଜ ସ୍ବାମୀକୁ ରାସ୍ତାରୁ ହଟାଇବା ପାଇଁ ନିଜ ପୁରୁଷ ବନ୍ଧୁ ଏନ.ଉପେନ୍ଦ୍ର ସହ ଷଡଯନ୍ତ୍ର ରଚିଥିଲା ଅଭିନୟ କରୁଥିବା ଜୟଲକ୍ଷ୍ମୀ। ଏ ନେଇ ଆଜି ଗଜପତି ଏସପି ସ୍ବାତୀ ଏସ କୁମାର ପାରଳାଖେମୁଣ୍ଡି ଏସଡିପିଓ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମୀଳନି କରି ସୂଚନା ଦେଇଛନ୍ତି । ଏମ.ଲିଙ୍ଗରାଜୁଙ୍କ ହତ୍ୟା ଘଟଣାରେ ମୃତକଙ୍କ ସ୍ତ୍ରୀ ଏମ.ଜୟଲକ୍ଷ୍ମୀ ଓ ତାର ପୁରୁଷ ବନ୍ଧୁ ଏନ.ଉପେନ୍ଦ୍ରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ସ୍କୃଡାଇଭର, ତିନୋଟି ମୋବାଇଲ, ଗୋଟିଏ ବାଇକ, ସୁନା ମୁଦି ଓ ସୁନାହାର ଜବତ କରିଛି ପୋଲିସ ।

ଏମ.ଜୟଲକ୍ଷ୍ମୀ ନିଜ ପୁରୁଷ ବନ୍ଧୁଙ୍କ ସହ ମିଶି ଷଡଯନ୍ତ୍ର କରିବା ସହ ଏମ.ଲିଙ୍ଗରାଜଙ୍କ ସମସ୍ତ ସୂଚନା ଏନ.ଉପେନ୍ଦ୍ରକୁ ଦେଇଥିଲା । ଉପେନ୍ଦ୍ର ଲିଙ୍ଗରାଜୁଙ୍କୁ ଥଣ୍ଡା ପାନୀୟ ପିଇବା ବାହାନାରେ ବାହରକୁ ନେଇ ପୂର୍ବ ପ୍ଲାନ ମୁତାବକ ବେକରେ ଭୁଷି ହତ୍ୟା କରିଥିଲା । ତେବେ ଉଭୟେ ବାଇକରୁ ପଡିବା ପରେ ନିଜ ବିଶ୍ବାସ ପାଇଁ ଛାତିରେ ୨୬ଥର ଓ ପିଠିରେ ୨୭ଥର ଭୁଷିଥିଲା । ହତ୍ୟା କରି ଘଟଣା ସ୍ଥଳରୁ ଆନ୍ଧ୍ରପ୍ରଦେଶର ବାତ୍ତିଲି ଗାଁକୁ ଚାଲିଯାଇଥିଲା ଉପେନ୍ଦ୍ର ଆଉ ସେପଟେ କିଛି ନଜାଣିବା ପରି ସ୍ବାମୀର ଶବ ନିକଟରେ ବାହୁନି ବାହୁନି କାନ୍ଦୁଥିଲା ଏମ.ଜୟଲକ୍ଷ୍ମୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.