କାଲିଠୁ ୪ ତାରିଖ ଯାଏ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମ ପ୍ରବାହ

କଲବଲ କରୁଛି ତାତି। କାଲିଠୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମ ପ୍ରବାହ । ଆଜି ଅପରାହ୍ନ ୨ଟା ୩୦ ସୁଦ୍ଧା ଚାନ୍ଦବାଲି ସବୁଠୁ ଉତ୍ତପ୍ତ ପାଲଟିଛି । ଚାନ୍ଦବାଲିରେ ସର୍ବୋଚ୍ଚ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ୱର(କେନ୍ୟୁଜ୍‌) : କଲବଲ କରୁଛି ତାତି। କାଲିଠୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମ ପ୍ରବାହ । ଆଜି ଅପରାହ୍ନ ୨ଟା ୩୦ ସୁଦ୍ଧା ଚାନ୍ଦବାଲି ସବୁଠୁ ଉତ୍ତପ୍ତ ପାଲଟିଛି । ଚାନ୍ଦବାଲିରେ ସର୍ବୋଚ୍ଚ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୩୯, ବାଲେଶ୍ବରରେ ୩୮.୫ ଓ ସମ୍ବଲପୁର-୩୮.୫ ଡିଗ୍ରୀ ରେକର୍ଡ କରାଯାଇଛି । ଦୁଇ ଦିନ ରାଜ୍ୟରେ ଦିନ ତାପମାତ୍ରା ୪ରୁ ୫ ଡିଗ୍ରୀ ସେଲସିୟସ୍ ବଢିଯିବ । ଅଧିକ ରହିବ ରାତିର ପାରଦ । କାଲିଠାରୁ ୪ ତାରିଖ ଯାଏ ରାଜ୍ୟରେ ଉଷ୍ମ ରାତି ସମ୍ଭାବନା ରହିଛି । ଏଥିପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

୫ ଜିଲ୍ଲା ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୩ ତାରିଖ ପାଇଁ ୭ ଜିଲ୍ଲା ଓ ୪ ତାରିଖ ପାଇଁ ୯ ଜିଲ୍ଲାକୁ ଉଷ୍ମ ତାତି ପାଇଁ ଦିଆଯାଇଛି ସତର୍କ ସୂଚନା । ୟେଲୋ ୱାର୍ଣ୍ଣିଂ ଜାରି ଜିଲ୍ଲାଗୁଡିକରେ ଦିନ ତାପମାତ୍ରା ଅତିକମରେ ୪୦ ଡିଗ୍ରୀ ସେଲସିୟସ୍ ରହିବ । ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ୪.୫ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରହିବା ସମ୍ଭାବନା ରହିଛି । ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ମାନଙ୍କରେ ରାତି ଗରମ ରହିବା ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଦିନର ଉଚ୍ଚ ତାପମାତ୍ରା, ଅଧିକ ଆଦ୍ରତା ନେଇ ୨ରୁ ୬ଯାଏ ରାଜ୍ୟରେ ଉଷ୍ମ ଓ ଆଦ୍ର ବାତାବରଣ ରହିବ । ଏହାଦ୍ବାରା ପ୍ରବଳ ଗ୍ରୀଷ୍ମପ୍ରବାହ ଆଶଙ୍କା ଥିବାରୁ ପିକ୍ ଆୱାର ପାଇଁ ଚେତାବନୀ ଜାରି କରାଯାଇଛି । ତେବେ ୬ତାରିଖ ବେଳକୁ ଏକ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

ଏପ୍ରିଲରୁ ଜୁନ ମଧ୍ୟରେ ଦେଶରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ଅଧିକ ରହିବ । ଓଡ଼ିଶା ସମେତ ଗୁଜରାଟ, ରାଜସ୍ଥାନ ଓ ଆନ୍ଧ୍ର ପ୍ରଦେଶରେ ପାରଦ ବଢିବ । ଏପ୍ରିଲରୁ ହିଟ୍ ୱେଭ ଆଶଙ୍କା ଥିବାରୁ ନିର୍ବାଚନ ପରିଚାଳନା ଚାଲେଞ୍ଜିଂ ହେବ ବୋଲି ପୂର୍ବାନୁମାନ କରିଛି IMD। ସେପଟେ ରାଜ୍ୟରେ ତାତିର ରେକର୍ଡ। ୮ସହରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ଝାରସୁଗୁଡ଼ା ଓ ବାରିପଦାରେ ସର୍ବାଧିକ ତାପମାତ୍ରା ୪୦. ୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଆଗାମୀ ୨ଦିନରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ହେବା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ଅନେକ ସ୍ଥାନରେ ତାପମାତ୍ରା୪୦ ଡିଗ୍ରୀ ରହିପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ୪ରୁ ୬ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ଗ୍ରୀଷ୍ମପ୍ରବାହ ସ୍ଥିତି ଉପୁଜିବ। କାଲି ଠାରୁ ରାତି ଉଷ୍ମ ରହିବା ସହ ଦିନ ଶୁଷ୍କ ଓ ଆଦ୍ର ରହିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.