ମହାକାଶରେ ସର୍ବନିମ୍ନ ତାପମାତ୍ରା କେତେ, ଜାଣନ୍ତୁ କ’ଣ କହୁଛି ନାସା

ମହାକାଶ ସମ୍ବନ୍ଧରେ ଅଧିକାଂଶ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଥାଏ । କେବଳ ଏତିକି ନୁହେଁ ବିଭିନ୍ନ ଦେଶର ବୈଜ୍ଞାନିକମାନେ ମଧ୍ୟ କ୍ରମାଗତ ଭାବରେ ଏହାକୁ ନେଇ ନୂତନ ଆବିଷ୍କାର ଜାରି ରଖିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ମହାକାଶରେ ସର୍ବନିମ୍ନ ତାପମାତ୍ରା କେତେ ରହିଥାଏ ।

ଆପଣାମନେ ମହାକାଶ ବିଷୟରେ ଅନେକ କଥା ଶୁଣିଥିବେ ଏବଂ ପଢିଥିବେ । ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ କଥା ଜାଣାଇବୁ । ଯାହା ହେଉଛି ବର୍ତ୍ତମାନର ତାପମାତ୍ର ସମ୍ବନ୍ଧୀୟ ବିଷୟରେ । ଏବେ ଗରମ ଯୋଗୁ ସମସ୍ତ ଲୋକ ବହୁତ ଚିନ୍ତିତ ରହୁଛନ୍ତି । ଏପରି ପରିସ୍ଥିତିରେ ମହାକାଶ ସମ୍ବନ୍ଧରେ ଅଧିକାଂଶ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଥାଏ । କେବଳ ଏତିକି ନୁହେଁ ବିଭିନ୍ନ ଦେଶର ବୈଜ୍ଞାନିକମାନେ ମଧ୍ୟ କ୍ରମାଗତ ଭାବରେ ଏହାକୁ ନେଇ ନୂତନ ଆବିଷ୍କାର ଜାରି ରଖିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ମହାକାଶରେ ସର୍ବନିମ୍ନ ତାପମାତ୍ରା କେତେ ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ମହାକାଶରେ କେଉଁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ରହିଥାଏ ।

ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ମହାକାଶରେ କେତେ ତାପମାତ୍ରା ରହିଥାଏ । ତେବେ ମହାକାଶରେ ତାପମାତ୍ରା ପରିବର୍ତ୍ତନ ହେବା କିମ୍ବା ସ୍ଥିର ରହିବାର ଅନେକ କାରଣ ରହିଛି । ଯେପରି ତାରାଗୁଡ଼ିକର ସୁପରନୋଭା କେନ୍ଦ୍ରରେ ତାପମାତ୍ରା ଅଧିକ ରହିଥାଏ । କିନ୍ତୁ ଏବେ ପ୍ରଶ୍ନ ହେଉଛି ଯେ ସେଠାରେ ସର୍ବନିମ୍ନ ତାପମାତ୍ରା କେତେ ରହିଥାଏ ?

ଏହାକୁ ନେଇ ନାସା କହିଛି ଯେ ମହାକାଶ ବାହାର ଜାଗାରେ ତାପମାତ୍ରା ୨୭୦ ଡିଗ୍ରୀ ସେଲସିୟସ ରହିଥାଏ । ତେବେ ପୃଥିବୀ ପୃଷ୍ଠରୁ ୧୨ ହଜାର ମିଟର ଉଚ୍ଚତାରେ, ବାହାର ସ୍ଥାନର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ହୋଇପାରେ । ଏହା ସହ ପୃଥିବୀର ଛାୟାରେ ତାପମାତ୍ରା ୧୮୦ ଡିଗ୍ରୀ ସେଲସିୟସ ହୋଇପାରେ । ଏପରି ମଧ୍ୟ ସୂର୍ଯ୍ୟ ପାଖା ପାଖି ତାପମାତ୍ରା ୧୨୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହୋଇପାରେ । ତେବେ ନାସାର ସୂଚନା ଅନୁଯାୟୀ, ପାରସ୍ପରିକ କ୍ରିୟା ସ୍ପେସ୍ ଗରମ କରିଥାଏ । କିନ୍ତୁ ସମସ୍ୟା ହେଉଛି ଯେ ମହାକାଶର ଅଧିକାଂଶ ସ୍ଥାନ ପଦାର୍ଥରୁ ଖାଲି ହୋଇଥାଏ । ଯେଉଁଠାରେ କୌଣସି ପ୍ରକାରର ବହୟୁମଣ୍ଡଳ ରହିନଥାଏ । ତେବେ ପୃଥିବୀରେ କଣିକା ମାଧ୍ୟମରେ ଉତ୍ତାପ ବଣ୍ଟନ ହେତୁ ତାପମାତ୍ରା ବୃଦ୍ଧି ପାଇଥାଏ ।

ନାସାର ପୁରୁଣା ରେକର୍ଡ ଅନୁଯାୟୀ ପୃଥିବୀର ସର୍ବୋଚ୍ଚ ତାପମାତ୍ରା ୫୬.୭ ଡିଗ୍ରୀ ସେଲସିୟସ ହୋଇଛି । ଏହା ଜୁଲାଇ ୧୦,୧୯୧୩ ରେ କାଲିଫର୍ନିଆର ଡେଥ୍ ଭ୍ୟାଲିର ଫର୍ଣ୍ଣେସ୍ କ୍ରିକ୍ ରାଞ୍ଚରେ ରେକର୍ଡ କରାଯାଇଥିଲା । ଅନ୍ୟପକ୍ଷରେ ପୃଥିବୀର ସର୍ବନିମ୍ନ ତାପମାତ୍ରା ୮୯.୨ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା, ଯାହା ଆଣ୍ଟାର୍କଟିକାର ଭୋଷ୍ଟୋକ ଷ୍ଟେସନରେ ଜୁଲାଇ ୨୧,୧୯୮୩ରେ ରେକର୍ଡ କରାଯାଇଥିଲା ।

ଜାଣନ୍ତୁ ଏହାକୁ ନେଇ ନାସା କ’ଣ କହୁଛି ?
ନାସା ଅନୁଯାୟୀ, ମହାକାଶ ବାହାର ସ୍ଥାନରେ ତାପମାତ୍ରା ବୃଦ୍ଧି ହୁଏ ନାହିଁ । ବରଂ ସୂର୍ଯ୍ୟ ଏବଂ ପୃଥିବୀର ପାରସ୍ପରିକ କ୍ରିୟା ମାଧ୍ୟମରେ ତାପମାତ୍ରା ବୃଦ୍ଧି ହୋଇଥାଏ । ତେବେ ନାସା କହିବା ଅନୁଯାୟୀ, ତାପମାତ୍ରା ଅଭାବରୁ ଏହା ଉତ୍ତାପ ବଜାୟ ରଖିବାରେ ଅସମର୍ଥ ହୋଇଥାଏ । ସେହି ସମୟରେ, ସ୍ପେସ୍ ମଧ୍ୟ ସ୍ୱଳ୍ପ ଶକ୍ତି ବିଦ୍ୟୁତ୍ ଏବଂ ଚୁମ୍ବକୀୟ ବିକିରଣରେ ପରିପୂର୍ଣ୍ଣ ରହିଥାଏ, ଯାହାକୁ କ୍ୟାମିକ୍‌ ବ୍ୟକଗ୍ରାଉଣ୍ଡ କୁହାଯାଏ । ଏହା ମହାକାଶରେ ଥିବା ବସ୍ତୁଗୁଡ଼ିକରୁ ଉତ୍ତାପକୁ ଶୋଷିଥାଏ ଏବଂ ଥଣ୍ଡା କରିଥାଏ । କିନ୍ତୁ ଏହି ପରିସ୍ଥିତି ପୃଥିବୀରେ ହୋଇପାରିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.