କୋବ୍ରାକୁ ପାଟିରେ କାମୁଡି ଧରିଲା କୁକୁର, ୧୫ ମିନିଟ୍‌ ଯାଏଁ ଲାଗିଲା ଘମାଘୋଟ୍‌ ଲଢ଼େଇ ! ଦେଖନ୍ତୁ ଭିଡିଓ

ଫଣାକୁ ଟେକି ସାପ ଫଁ ଫଁ ହୋଇଚାଲୁଥିଲା କିନ୍ତୁ କୁକୁର ତା ମୁହଁରେ ଦବାଇ ବୁଲାଇ ଚାଲିଥିଲା ।

ଝାନ୍ସୀରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ସାମ୍ନାକୁ ଆସିଛି । ରାସ୍ତା ପାର୍ଶ୍ୱ ଗଛ ପାଖାପାଖି ଯାଉଥିବା ଏକ କୋବ୍ରା ସାପକୁ ଏକ କୁକୁର ମୁହଁରେ ଧରି ପକାଇଲା । ଏହାପରେ ଉଭୟଙ୍କର ଚାଲିଲା ଘମାଘୋଟ ଲଢ଼େଇ । ଫଣାକୁ ଟେକି ସାପ ଫଁ ଫଁ ହୋଇଚାଲୁଥିଲା କିନ୍ତୁ କୁକୁର ତା ମୁହଁରେ ଦବାଇ ବୁଲାଇ ଚାଲିଥିଲା ।

ତେବେ ବହୁତ ସଂଘର୍ଷ ପରେ ସାପ କୁକୁରକୁ ନିଜ ଫଣାରେ ଦାବିଦେଲା । ଯାହାପରେ କୁକୁର କୋବ୍ରାକୁ ଛାଡି ଦୌଡି ପଳାଇଲା । ପରେ କୋବ୍ରା ବି ଛାଡି ଚାଲିଗଲା । ଏହି ଘଟଣାଜନପଦ ଶାହଜହାଁପୁର ଥାନା ଅଞ୍ଚଳର ବୋଲି କୁହାଯାଉଛି । ଆଉ ଏହି ଦୃଶ୍ୟକୁ ପାଖରେ ଥିବା ଲୋକମାନେ କ୍ୟାମେରାରେ ରେକର୍ଡ କରୁଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ କୁକୁର କୋବ୍ରାକୁ ଘାସ ପାଖକୁ ଯାଇ ଖୋଜୁଛି ଏବଂ ତାପରେ ଚୁପ୍‌ ଚୁପ୍‌ ନିଜ ପାଟିରେ ସାପକୁ ଜାବୁଡି ଧରି ଫୋପାଡି ଦେଉଛି । ସାପଟି ନିଜକୁ ରକ୍ଷା କରିବାକୁ ବହୁତ ଚେଷ୍ଟା କରୁଛି କିନ୍ତୁ କୁକୁର ତାକୁ ଯେମିତି ଛାଡିବାକୁ ନାରାଜ୍‌ । ସାପକୁ ମୁହଁରେ କାମୁଡି କୁକୁରଟି ଦୌଡିବାକୁ ଲାଗୁଥିଲା, କିନ୍ତୁ ଏହି ସମୟରେ କୁକୁରକୁ ସାପ କାମୁଡିଦେଲା । ଯାହା ପରର ଚିତ୍ର ଆପଣଙ୍କ ସାମ୍ନାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.