Below header

ପୂର୍ବତନ ମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର (କେନ୍ୟୁଜ୍) : ପୂର୍ବତନ ମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ । ୮୯ ବର୍ଷ ବୟସରେ ଭୁବନେଶ୍ୱରରେ ତାଙ୍କର ନିଧନ ହୋଇଛି । ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଦୋଳଗୋବିନ୍ଦ । ଅଷ୍ଟମ ଓ ନବମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ରୁ ୧୯୯୦ ପର‌୍ୟ୍ୟନ୍ତ କଟକ ସଦର ନିର୍ବାଚନ ମଣ୍ଡଳୀରୁ ୨ଥର ବିଧାୟକ ଥିଲେ। ଏହାସହ ୧୯୮୯ରୁ ୧୯୯୦ ପର‌୍ୟ୍ୟନ୍ତ ସେ ରାଜ୍ୟର ନଗର ଉନ୍ନୟନ ମନ୍ତ୍ରୀ ଥିଲେ।

dola gobind pradhanଓ୍ଵାର୍ଡ ମେମ୍ବରରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ଦୋଳଗୋବିନ୍ଦ ମନ୍ତ୍ରୀ ହୋଇଥିଲେ । କେବଳ ରାଜନୀତି ନୁହେଁ ଦୁର୍ବଳ ବର୍ଗର ଉତ୍ଥାନ ପାଇଁ କାମ କରୁଥିଲେ । ଅନେକ ସାଂସ୍କୃତିକ ଓ ସାମାଜିକ ସଙ୍ଗଠନ ସହ ଜଡିତ ଥିଲେ । ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇ ୩ ବର୍ଷ ୨ ମାସ ଧରି କାରା ବରଣ କରିଥିଲେ ଦୋଳ ଗୋବିନ୍ଦ । ସେପଟେ ଶେଷ ଦର୍ଶନ ପାଇଁ ଭୁବନେଶ୍ୱର ବାସଭବନରେ ଶୁଭେଚ୍ଛୁଙ୍କ ଭିଡ ଜମିଛି । ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.