Below header

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ

ନୂଆଦିଲ୍ଲୀ (କେନ୍ୟୁଜ୍) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ମୋଦିଙ୍କୁ ୬୮ ପୂରିଲା । ୧୯୫୦ ମସିହା ସେପଟେମ୍ବର ୧୭ ତାରିଖରେ ଗୁଜରାଟ ଭଦନଗରରେ ମୋଦି ଜନ୍ମଗ୍ରହଣ କରିଥିଲେ । ଜନ୍ମ ଦିନ ଅବସରର ତାଙ୍କୁ ଶୁଭେଛାର ସୁଅ ଛୁଟିଛି । ନିଜ ଲୋକସଭା କ୍ଷେତ୍ର ବାରଣାସୀ ଯିବେ ମୋଦି। ସେଠାରେ ପହଞ୍ଚିବା ପରେ କାଶୀ ବିଦ୍ୟାପୀଠ ବ୍ଲକ ନରୌର ଗାଁରେ ପ୍ରାଥମିକ ସ୍କୁଲ ପିଲାଙ୍କ ସହ ମିଶି ଜନ୍ମଦିନ ପାଳିବା ସହ କେକ୍ କାଟିବେ। ଆସନ୍ତାକାଲି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର‌୍ୟ୍ୟକ୍ରମରେ ଯୋଗଦେବେ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ନିଜ ଭାସ୍କର‌୍ୟ୍ୟ କଳାରେ ଶିଳ୍ପୀ ଶ୍ରୀଧର ଦାସ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଛା ଜଣାଇଛନ୍ତି । ମୋଦିଙ୍କର ୬୮ଟି ପ୍ରତିକୃତି ତିଆରି କରିବା ସହ ଏଗୁଡ଼ିକୁ ଏକ ମାନବ ଶୃଙ୍ଖଳ ଆକୃତିରେ ରଖି ଶୁଭେଛା ଜଣାଇଛନ୍ତି । ରାଜ୍ୟ, ଦେଶ ତଥା ଅନ୍ତର୍ଜାତୀୟ ସ୍ତରର ପ୍ରମୁଖ ଘଟଣାବାଳୀକୁ ନେଇ ଶ୍ରୀଧର ନିଜ ଭାସ୍କର‌୍ୟ୍ୟ କଳାରେ ଶୁଭେଛା ଏବଂ ସଚେତନତାର ବାର୍ତ୍ତା ଦେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.