ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ, ବାସଭବନରେ ଦେହାନ୍ତ

ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା ପୂର୍ବତନ ପୋଲିସ ଅଧିକାରୀ ଅନାଦି ସାହୁଙ୍କ ପରଲୋକ ହୋଇଯାଇଛି । କଟକର ସିଡିଏ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ପରଲୋକ। ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

କଟକ (କେନ୍ୟୁଜ): ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା ପୂର୍ବତନ ପୋଲିସ ଅଧିକାରୀ ଅନାଦି ସାହୁଙ୍କ ପରଲୋକ । କଟକର ସିଡିଏ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ସେ ବ୍ରହ୍ମପୁରରୁ ୧୩ଶହ ଲୋକସଭାରେ ପ୍ରତିନିଧିତ୍ୱ କରିଥିଲେ । ସେ ଭାରତୀୟ ପୋଲିସ ସେବାର ଜଣେ ଅଫିସର ଥିଲେ ଏବଂ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ପଦକ ମଧ୍ୟ ପାଇଥିଲେ। ଓଡ଼ିଆ ଭାଷାରେ ତାଙ୍କର କିଛି ସାହିତ୍ୟିକ କୃତି ହେଲା, ଜଙ୍ଗଲୀ ସହର, ଜରାସନ୍ଧ, ମାୟା, ତାଣ୍ଡବ, ମୁଣ୍ଡ ମେଖଳା । ତାଙ୍କରି ରଚିତ ଗଳ୍ପ ସଂକଳନ ହେଉଛି ପାଣ୍ଡୁର ବଳୟ, ଚକାଡ଼ୋଳା ଓ ନତଜାନୁ ଏହିପରି ସାହିତ୍ୟ କ୍ଷେତ୍ରରେ ଅନାଦିଙ୍କର ଅନେକ ସୃଷ୍ଟି ସମ୍ଭାର ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.