Below header

ଆଜି ପୁରୀ ନିଆଯିବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଚିତାଭସ୍ମ

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଚିତାଭସ୍ମ। ବାଜପେୟୀଙ୍କର ଚିତାଭସ୍ମ କଳସକୁ ଆଜି ପୁରୀ ନିଆଯିବ । ମହୋଦଧିରେ ଚିତାଭସ୍ମ ବିସର୍ଜନ କରାଯିବାର କାର୍ୟ୍ୟକ୍ରମ ରହିଛି । ଦିଲ୍ଲୀରୁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଅସ୍ଥି କଳସ ଧରି ଗତକାଲି ଭୁବନେଶ୍ୱର ଫେରିଥିଲେ । ଏହାପରେ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଚିତାଭସ୍ମକୁ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ରଖାଯାଇଛି । କେବଳ ପୁରୀ ମହୋଦଧି ନୁହେଁ, ରାଜ୍ୟର ପ୍ରମୁଖ ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯିବ । ସେହିପରି ଆସନ୍ତାକାଲି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ସର୍ବଦଳୀୟ ସ୍ମୃତିଚାରଣ ସଭା । ଗତ ୧୬ ତାରିଖରେ ବାଜପେୟୀଙ୍କ ଦେହାନ୍ତ ହୋଇଥିଲା। ଏହାପରେ ୧୯ତାରିଖରେ ହରିଦ୍ୱାର ଗଙ୍ଗାନଦୀରେ ବିସର୍ଜନ ହୋଇଥିଲା ଚିତାଭସ୍ମ । ଦେଶର ୧୦୦ଟି ପବିତ୍ର ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଦିଲ୍ଲୀ ବିଜେପି କାର୍ୟ୍ୟାଳୟରେ ସବୁ ରାଜ୍ୟର ବିଜେପି ସଭାପତିଙ୍କୁ ଚିତା କଳସ ପ୍ରଦାନ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.