୪ଟି କ୍ୟାମ୍ପସର ମୋଟ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ସ୍ୱେଟର ପ୍ରଦାନ କଲେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

କିସ୍‍ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଗ୍ରହଣ ଉପରେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ସେଥିପାଇଁ ସେମାନଙ୍କୁ ଆନୁଷଙ୍ଗିକ ସୁବିଧା ସେ ଯୋଗାଇ ଦେଇଥାନ୍ତି ।

କିସ୍‍ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଗ୍ରହଣ ଉପରେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ସେଥିପାଇଁ ସେମାନଙ୍କୁ ଆନୁଷଙ୍ଗିକ ସୁବିଧା ସେ ଯୋଗାଇ ଦେଇଥାନ୍ତି । ପ୍ରତିବର୍ଷ ଶୀତ ଋତୁର ଅବ୍ୟବହିତ ପୂର୍ବରୁ କିସ୍‍ ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସୁଦୂର ଦିଲ୍ଲୀରୁ ସ୍ୱେଟର କ୍ରୟ କରି ସେମାନଙ୍କୁ ବଣ୍ଟନ କରିଥାନ୍ତି ।

ଚଳିତ ବର୍ଷ ଭୁବନେଶ୍ୱର ସ୍ଥିତ କିସ୍‍ର ମୁଖ୍ୟ କ୍ୟାମ୍ପସ ସମେତ ବାରିପଦା, ବାଲେଶ୍ୱର, ବଲାଙ୍ଗୀର ଓ କଳାହାଣ୍ଡିଠାରେ ଥିବା କିସ୍ ୪ଟି କ୍ୟାମ୍ପସର ମୋଟ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଏକ ସଙ୍ଗେ ଡ. ସାମନ୍ତ ସ୍ୱେଟର ପ୍ରଦାନ କରିଛନ୍ତି । ଏଥିରେ ଛାତ୍ରଛାତ୍ରୀମାନେ ଖୁସି ବ୍ୟକ୍ତ କରି ପ୍ରତିଷ୍ଠାତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.