Below header

ନୂଆ ବର୍ଷରେ ମେଟ୍ରୋ ପ୍ରକଳ୍ପର ହେବ ଶିଳାନ୍ୟାସ, ସୂଚନା ଦେଲେ ଭିକେ ପାଣ୍ଡିଆନ

ଭୋରରୁ ତ୍ରିଶୂଳିଆରେ ପହଞ୍ଚି ଭୁବନେଶ୍ବର- କଟକ ମେଟ୍ରୋ ପ୍ରକଳ୍ପର ସମୀକ୍ଷା କଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ତ୍ରିଶୂଳିଆରେ ପ୍ରସ୍ତାବିତ ମେଟ୍ରୋ ରେଳ ଷ୍ଟେସନ ଟର୍ମିନାଲ ଏବଂ ଡିପୋ ବୁଲି ଦେଖିଛନ୍ତି । ମେଟ୍ରୋ ରେଲ ପ୍ରକଳ୍ପର ଠିକ ସମୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ଉପରେ ଆଲୋଚନା କରିଛନ୍ତି । ପ୍ରକଳ୍ପ କାମକୁ ୪ ବର୍ଷରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି

କେନ୍ୟୁଜ୍(ବ୍ୟୁରୋ): ନୂଆବର୍ଷ ପହିଲାରେ ମେଟ୍ରୋ ରେଲୱେ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୋରରୁ ତ୍ରିଶୂଳିଆରେ ପହଞ୍ଚି ଭୁବନେଶ୍ବର- କଟକ ମେଟ୍ରୋ ପ୍ରକଳ୍ପର ସମୀକ୍ଷା କଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ତ୍ରିଶୂଳିଆରେ ପ୍ରସ୍ତାବିତ ମେଟ୍ରୋ ରେଳ ଷ୍ଟେସନ ଟର୍ମିନାଲ ଏବଂ ଡିପୋ ବୁଲି ଦେଖିଛନ୍ତି । ମେଟ୍ରୋ ରେଲ ପ୍ରକଳ୍ପର ଠିକ ସମୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ଉପରେ ଆଲୋଚନା କରିଛନ୍ତି । ପ୍ରକଳ୍ପ କାମକୁ ୪ ବର୍ଷରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଅଧିକାରୀ କାର୍ଯ୍ୟ ଅଗ୍ରଗତି ଉପରେ ତୀକ୍ଷଣ ନଜର ରଖିବାକୁ ଭିକେ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ବର ଓ କଟକ ପାଇଁ ତ୍ରିଶୂଳିଆ ଏକ ପ୍ରମୁଖ ପରିବହନ ହବ୍ ହେବାକୁ ଯାଉଛି । ତ୍ରିଶୂଳିଆ ଛକ ନିକଟରେ ମେଟ୍ରୋ ରେଳ ପ୍ରକଳ୍ପର ସେଣ୍ଟ୍ରାଲ ଡିପୋ ରହିବ । ସେଠାରେ ଏକ ନୂଆ ବସଷ୍ଟାଣ୍ଡ ନିର୍ମାଣ କରାଯାଉଥିବା ବେଳେ ଏହାକୁ ମେଟ୍ରୋ ଷ୍ଟେସନ ସହିତ ପରିବ୍ୟାପ୍ତ କରାଯିବ ।

ମେଟ୍ରୋ ପ୍ରକଳ୍ପ ନେଇ ବିଭିନ୍ନ ବିଭାଗ ଓ ସଂସ୍ଥାର କାର୍ଯ୍ୟ ଅଗ୍ରଗତିରେ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ନୂଆବର୍ଷରେ ପ୍ରକଳ୍ପର ଶିଳାନ୍ୟାସ ପୂର୍ବରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମେଟ୍ରୋ ରେଳ ପ୍ରକଳ୍ପର ଫେଜ୍ ୱାନ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୂଳିଆ ସ୍କୋୟାରକୁ ସଂଯୋଗ କରିବ । ଚନ୍ଦ୍ରଶେଖରପୁର, ଜୟଦେବ ବିହାର, ବାଣୀବିହାର, ମାଷ୍ଟରକ୍ୟାଣ୍ଟନ ଓ ରାଜମହଲ ଦେଇ ପ୍ରକଳ୍ପ ଯିବ । ସେହିପରି ଆଜି ମଧ୍ୟ କଟକ ନେତାଜୀ ବସ ଟର୍ମିନାଲକୁ ଭିକେ ପାଣ୍ଡିଆନ ସରପ୍ରାଇଜ ଭିଜିଟ କରିଥିଲେ । ନେତାଜୀ ବସ ଟର୍ମିନାଲରେ ପରିଷ୍କାର ପରିଚ୍ଛନ୍ନତା ଓ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଛନ୍ତି । ଯାତ୍ରୀ, ଭେଣ୍ଡର, ବସ ଅପରେଟର ଓ କର୍ମଚାରୀ ଙ୍କ ସହ ଆଲୋଚନା କରିଥିଲେ । ସେହିପରି ତାଳଦାଣ୍ଡ କେନାଲ ମଧ୍ୟ ବୁଲି ଦେଖିଛନ୍ତି । ଏହି ଗସ୍ତରେ ତାଙ୍କ ସହ ଉନ୍ନୟନ କମିଶରନ ଅନୁ ଗର୍ଗ, କଟକ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ସାମିଲ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.