ଢେଙ୍କାନାଳ ଏଟିଏମ୍‌ ଲୁଟ୍‌ ଘଟଣା, ଛୋଟ ଚୋରଙ୍କୁ କମ୍‌ ଦେଇ ବଡ଼ ଚୋର ସବୁ ଟଙ୍କା ନେଇ ଚମ୍ପଟ୍‌

ଢେଙ୍କାନାଳ (କେ ନ୍ୟୁଜ୍‌) : ଗତ ୧୫ ତାରିଖ ଦିନ ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକ ନିକଟ ଏଟିଏମ୍ ଚୋରି ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ଏମାନେ ମୋଟଙ୍ଗା ଗ୍ରାମର ବିଶ୍ବଜିତ ନାୟକ, ରତିକାନ୍ତ ସାହୁ ସଂକେତ ବେହେରା ଓ ତାର ଭାଇ ଶୁଭମ ବେହେରା। ସେମାନଙ୍କ ନିକଟରୁ ୨୧ ହଜାର ପାଞ୍ଚ ଶହ ଟଙ୍କା ଦୁଇଟି ମଟରସାଇକେଲ, ୪ ଗୋଟି ମୋବାଇଲ ଓ ଗ୍ୟାସ କଟର ମେସିନ ଜବତ କରାଯାଇଛି।
ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଅନ୍ୟ ଦୁଇ ଜଣ ପେସାଦାର ଅପରାଧୀ ଏହି ଏଟିଏମ୍ ଲୁଟ କରିଥିଲେ । ଫେରାର ଥିବା ଅନ୍ୟ ଅପରାଧୀମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି। ଚୋରି ଘଟଣାରେ ଏହି ଚାରି ଜଣଙ୍କୁ ମାତ୍ର ୪୬ ହଜାର ଟଙ୍କା ଦେଇ ଅନ୍ୟ ଅପରାଧୀମାନେ ଫେରାର ହୋଇ ଯାଇଛନ୍ତି। ତେଣୁ ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ପୋଲିସ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.