Below header

ସରକାର ଓ ସଙ୍ଗଠନ ପାଇଁ କର୍ମକର୍ତ୍ତାଙ୍କୁ ମତାମତ ମାଗିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ବିଜେଡି ରାଜ୍ୟ ପରିଷଦ ବୈଠକରେ ଦଳୀୟ କର୍ମକର୍ତ୍ତାଙ୍କ ମତାମତ ମାଗିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସରକାର ଓ ସଙ୍ଗଠନ ପାଇଁ ମତାମତ ଦେବାକୁ ଆଜିର ବୈଠକରେ କହିଲେ ବିଜେଡି ସୁପ୍ରିମୋ । ଦଳର ସମସ୍ତ କାର୍ଯ୍ୟକର୍ତ୍ତା ମତାମତ ଦେବେ । ଦଳୀୟ କାର୍ଯ୍ୟାଳୟରେ ରଖାଯାଇଥିବା ଡ୍ରପ୍‌ ବକ୍ସରେ ସମସ୍ତ କାର୍ଯ୍ୟକର୍ତ୍ତା ଆଜି ସଂଧ୍ୟା ସୁଦ୍ଧା ଗୋଟିଏ ଲେଖାଏଁ ମତାମତ ଦେବାକୁ କହିଛନ୍ତି ନବୀନ ପଟ୍ଟନାୟକ ।

naveen

ଗୋଟିଏ ସରକାର ପାଇଁ ଓ ଆଉ ଗୋଟିଏ ଦଳ ପାଇଁ ମତାମତ ଦେବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟାନ୍ୟ ଜିଲ୍ଲା କମିଟି ଠାରୁ ମଧ୍ୟ ପ୍ରସ୍ତାବ ଆହ୍ଵାନ କରାଯାଇଥିଲା । ୩୩ଟି ସାଙ୍ଗଠନିକ ଜିଲ୍ଲା ପାଖରୁ ରହଛି ପ୍ରସ୍ତାବ । ମୟୂରଭଞ୍ଜର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନାମିତ କରିବାକୁ ଜିଲ୍ଲାରୁ ପ୍ରସ୍ତାବ ଦିଆଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ଭଲ ପ୍ରସ୍ତାବ ବୋଲି କହିଥିଲେ । ଗତକାଲି ଦଳର ସମ୍ବିଧାନ ସଂଶୋଧନ ଓ ରାଜନୈତିକ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଆଜି ପରିଷଦ ବୈଠକରେ ପାରିତ ହେବ । ପରିଷଦରେ ୩୫୦ରୁ ଅଧିକ ସଦସ୍ୟ ଅଛନ୍ତି । ଜିଲ୍ଲା ସଭାପତି, ବିଧାୟକ, ସାଂସଦ ମାନେ ଏଥିରେ ଉପସ୍ଥିତ ରହିବେ । ଦୁଇଟି ପର୍ଯ୍ୟାୟରେ ବୈଠକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.