କଟକ ମଙ୍ଗୁଳି ଟୋଲ୍ ଗେଟ୍ରେ ପୋଲିସର ଚେକିଂ, ୪ ମଦୁଆ ଡ୍ରାଇଭର ଗିରଫ
କଟକ: ମଦୁଆ ଡ୍ରାଇଭରଙ୍କ ଉପରେ ଛାଟ । ରାଜ୍ୟର ବିଭିନ୍ନ ଟୋଲଗେଟ୍ରେ ମଦ୍ୟପ ଚାଳକଙ୍କୁ ଧରିବା ପାଇଁ ଆରମ୍ଭ ହେଲା କଡ଼ାକଡ଼ି ଚେକିଂ । କଟକ ଟାଙ୍ଗୀ ମଙ୍ଗୁଳି ଟୋଲ୍ ଗେଟ୍ରେ ପୋଲିସ ପକ୍ଷରୁ ଚେକିଂ କରାଯାଇଛି । ଚଢାଉ ବେଳେ ଜଣେ ୪ ଜଣ ମଦୁଆ ଡ୍ରାଇଭର ଧରାପଡ଼ିଥିବା ବେଳେ ୫୦ ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇଛି । ସେହିପରି ଅନ୍ୟ ଗାଡ଼ି ଚାଳକଙ୍କଠାରୁ କାଗଜପତ୍ର ଯାଞ୍ଚ କରାଯାଇଛି । ଆବଶ୍ୟକ କାଗଜପତ୍ର ନଥିବାରୁ ଫାଇନ୍ ଆଦାୟ ହୋଇଛି । ଗତକାଲି ସଂଧ୍ୟା ୬ଟାରୁ ରାତି ୧୨ଟା ପର୍ୟ୍ୟନ୍ତ ଚେକିଂ କରାଯାଇଥିଲା ।