ଆଜି ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀର ଉଦ୍‌ଯାପନୀ ଦିବସ, ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀର ଆଜି ଚତୁର୍ଥ ତଥା ଉଦ୍‌ଯାପନୀ ଦିବସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଯାପନୀ ଦିବସରେ ସମ୍ବୋଧନ କରିବେ । ଗତକାଲି ତୃତୀୟ ଦିନରେ ଇଣ୍ଟରପୋଲର ପରିଚାଳନା ନିର୍ଦ୍ଦେଶକ ଏମଏମ ଓବରାଇ ସମ୍ମିଳନୀକୁ ଉଦ୍‌ବୋଧ ଦେଇ, ଅନ୍ତର୍ଜାତୀୟ ସ୍ତରରେ ସାଇବର କ୍ରାଇମର ପ୍ରଭାବ ଓ ମୁକାବିଲାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସାଇବର କ୍ରାଇମକୁ ପ୍ରତିହତ କରିବାକୁ ଠୋସ୍‌ ଗୁଇନ୍ଦା ସୂଚନା ସହ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ ।

ପ୍ରଶିକ୍ଷଣ ସହ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ମିଳିତ ସାଇବର କ୍ରାଇମ ତଦନ୍ତ ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମିଳନୀରେ ଯୋଗ ଦେଇ, ପୋଲିସିଂରେ ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ ଆଇଆଇଟି କାନପୁର ନିର୍ଦ୍ଦେଶକ ପ୍ରଫେସର ଏ. କରନ୍ଦିକର । ଗୁଇନ୍ଦା ସୂଚନା ତଥ୍ୟ ସଂଗ୍ରହରେ ନୂଆ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ଉପରେ ମତ ରଖିଥିଲେ ।

ସେହିପରି ଗୃହମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଯୋଗ ଦେଇ, କାଉଣ୍ଟରିଂ ସୋସିଆଲ ମିଡିଆ କ୍ୟାମ୍ପେନ ଉପରେ ମତ ରଖିଥିଲେ । ଫେକ୍‌ ନ୍ୟୁଜ ଓ ଗୁଜଗ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ମତ ପ୍ରକାଶ ପାଇଥିଲା ।ଏହି ଅବସରରେ ରାଜ୍ୟ କ୍ରାଇମବ୍ରାଞ୍ଚ ଦ୍ୱାରା ପ୍ରସ୍ତୁତ ସାଇବର କ୍ରାଇମ ହାଣ୍ଡବୁକ ପୁସ୍ତକର ଉନ୍ମୋଚନ କରିଥିଲେ ଡିଜିପି ଅଭୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.