କଟକ: କନସେଲଟେନ୍ସି କମ୍ପାନୀ ନାଁରେ ଠକେଇ ଅଭିଯୋଗ, ଆଉ କିଏ ଟଙ୍କା ନେଇ ତାଙ୍କୁ ବଦନାମ କରାଯାଉଥିବା କହିଲେ ମାଲିକ

କଟକ(କେନ୍ୟୁଜ୍): ଚାକିର କରାଇ ଦେବା ନାଁରେ ଠକେଇ । କଟକର ଏକ କନସେଲଟେନ୍ସି କମ୍ପାନୀ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଛି । ସୋଲାର କମ୍ପାନୀର ଜଣେ ଏଜେଣ୍ଟ ଗାଁରେ ରହୁଥିବା ବେକାରୀଙ୍କୁ ବିଦେଶରେ ଚାକିରି କରାଇ ଦେବାକୁ କହି ୧୭ ହଜାରରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ନେଇଥିଲେ । ୫ ମାସରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ନା ଚିକିରି ମିଳୁଛି ନା ଟଙ୍କା ଫେରି ପାଉଛନ୍ତି । ଏନେଇ ବାଦାମବାଡ଼ି ସ୍ଥିତ ଉକ୍ତ କମ୍ପାନୀରେ ପହଞ୍ଚି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଟଙ୍କା ଫେରାଇବାକୁ ଅଡି ବସିଥିଲେ । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି କମ୍ପାନୀର ମୁଖ୍ୟ । ସେ କହିଛନ୍ତି, ତାଙ୍କ କମ୍ପାନୀ ନାଁରେ ଆଉ କିଏ ଟଙ୍କା ନେଇ ତାଙ୍କୁ ବଦନାମ କରୁଛି । ଟଙ୍କା ନମିଳିବାରୁ ଶେଷରେ ନିରାଶ ହୋଇ ବାଦାମବାଡ଼ି ଥାନାରେ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ବ୍ୟକ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.