ଓଡ଼ିଶା ଚିକିତ୍ସା କ୍ଷେତ୍ରରେ ନୂଆ ଅଧ୍ୟାୟ, SCBରେ ୯ଟି ଇକମୋ ମେସିନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌) : ଓଡ଼ିଶା ଚିକିତ୍ସା କ୍ଷେତ୍ରରେ ନୂଆ ଅଧ୍ୟାୟ। ଆଉ ବ୍ୟୟବହୁଳ ହେବନି ଇକମୋ ଚିକିତ୍ସା। କଟକ SCBରେ ଆରମ୍ଭ ହେଲା ଇକମୋ ଚିକିତ୍ସା। ୯ଟି ଇକମୋ ମେସିନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଲୋକଙ୍କୁ ମାଗଣାରେ ମିଳିବ ଇକମୋ ଚିକିତ୍ସା। ପୂର୍ବ ଭାରତରେ ସରକାରୀ ଭାବେ ଇକମୋ ଚିକିତ୍ସା ଯୋଗାଉଥିବା ଏହା ସବୁଠାରୁ ବଡ ୟୁନିଟ୍ । ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବନି।

ଏହି ୟୁନିଟ୍ ପାଇଁ ଦକ୍ଷ ମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ‘ଇକମୋ ଚିକିତ୍ସା ହେଉଛି ଅଧିକ ବ୍ୟୟବହୁଳ, କିନ୍ତୁ ରାଜ୍ୟ ସରକାର ଏହି ସେବା ମାଗଣାରେ ଯୋଗାଇଦେବେ । ବୋସ ଅସ୍ଥାୟୀ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ SCB ଅଭିମୁଖେ ଯାଇଥିଲେ ।

ସେଠାରେ ପୂର୍ବ ଭାରତର ଏହି ବଡ଼ ଏକମୋ ୟୁନିଟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ଇକମୋ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଏୟାର ଆମ୍ବୁଲାନସରେ ରାଜ୍ୟ ବାହାରକୁ ଯିବାକୁ ପଡ଼ୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.