ପୋଷ୍ଟ ଅଫିସରେ କେମିତି କରିବେ ପାସପୋର୍ଟ ଆବେଦନ, ଜାଣନ୍ତୁ ଷ୍ଟେପ

ପାସପୋର୍ଟ ଏକ ଜରୁରୀ ଦସ୍ତାବିଜ, ଯାହାର ବ୍ୟବହାର ଆପଣ ଖୁବ ଭଲ ଭାବେ ଜାଣିଛନ୍ତି। ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟରୁ ପ୍ରମୁଖ, ଯାହା ବିଦେଶ ଯାତ୍ରା ସମୟରେ ଦରକାର ପଡ଼ିଥାଏ। ଅନ୍ତରାଷ୍ଟ୍ରୀୟ ଯାତ୍ରା କରିବା ପାଇଁ ହେଲେ ଆପଣଙ୍କୁ ପ୍ରଥମେ ରାଷ୍ଟ୍ରୀୟତା ପ୍ରମାଣପତ୍ର ଦେଖାଇବାକୁ ପଡିଥାଏ। ପାସପୋର୍ଟ ଆପଣଙ୍କୁ ନାଗରିକତ୍ୱର ପ୍ରମାଣ ଦେଇଥାଏ। ଏଥିରେ ଆପଣଙ୍କ ନାମ, ଡେଟ ଅଫ ବାର୍ଥ, ଜେଣ୍ଡର ଏବଂ ଜନ୍ମ ସ୍ଥାନ ଲେଖାଯାଇଥାଏ।

ଆପଣ ମାନେ ବେଶ ଭଲ ଭାବେ ଜାଣିଛନ୍ତି ଯେ, ପାସପୋର୍ଟ ବିନା ଅନ୍ୟ ରାଷ୍ଟ୍ରକୁ ଯିବା ସମ୍ଭବ ନୁହେଁ। କିନ୍ତୁ ଏବେ ଏହାକୁ କରିବା ପାଇଁ ଲମ୍ବା ଲାଇନ କରିବା ସମସ୍ତଙ୍କ ପାଇଁ ବଡ଼ କଷ୍ଟ। ବିଦେଶ ମନ୍ତ୍ରାଳୟ ଦେଶରେ ବିଭିନ୍ନ ପାସପୋର୍ଟ ସେବା କେନ୍ଦ୍ର ମାଧ୍ୟମରେ ଏହି ସେବା ଆରମ୍ଭ କରିଛନ୍ତି।

ଏବେ ଆପଣ ନିଜ ଘର ପାଖ ପୋଷ୍ଟ ଅଫିସରେ କରିପାରିବେ ପାସପୋର୍ଟ ଆବେଦନ। ଏହା କରିବା ଖୁବ ସହଜ। ପାଖ ଡ଼ାକଘରେ କମନ୍‌ ସର୍ଭିସ ସେଣ୍ଟର କାଉଣ୍ଟରରେ ଆପଣ ଆବେଦନ କରିପାରିବେ। ଏଥିପାଇଁ ଆପଣଙ୍କୁ କିଛି ଜରୁରୀ କାଗଜପତ୍ର ସାଥିରେ ନେବାକୁ ପଡିବ। ଜାଣନ୍ତୁ ସେହି ସମ୍ପର୍କରେ,

– ପାସପୋର୍ଟ ଆବେଦନ ପାଇଁ ଆପଣ ସାଥିରେ ନିଜର ଆଧାରକାର୍ଡ ନିଅନ୍ତୁ।
– ଭୋଟର ଆଇଡି କାର୍ଡ ସହ କିଛି ପାସପୋର୍ଟ ସାଇଜର ଫଟୋ ଆବଶ୍ୟକ।
– ପାନ୍‌ କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ
– ଘର ଠିକଣାର ପ୍ରମାଣ ପତ୍ର , ଯେମିତି ଇଲେକଟ୍ରି ବିଲ୍‌, ମୋବାଇଲ ବିଲ୍‌, ପାଣି ବିଲ୍‌, ଗ୍ୟାସ କନେକ୍ସନ
– ବ୍ୟାଙ୍କ ପାସବୁକ ଫଟୋ

ବିଦେଶ ମନ୍ତ୍ରାଳୟ ପାସପୋର୍ଟ ଆବେଦନ ପାଇଁ ଅନଲାଇନ ପ୍ରକି୍ରୟା ମଧ୍ୟ ଜାରୀ କରିଛନ୍ତି। ଆପଣ ଚାହିଁଲେ ଅନଲାନରେ ମଧ୍ୟ ନିଜ ପାସପୋର୍ଟ ଆବେଦନ କରିପାରିବେ। ଏଥିପାଇଁ ଜାଣି ନିଅନ୍ତୁ ଷ୍ଟେପ:

– ପ୍ରଥମେ passportindia.gov.in େଓ୍ଵବସାଇଟରେ ଲଗଇନ କରନ୍ତୁ।
– ଯଦି ପ୍ରଥମରୁ ଆପଣ ଲଗଇନ କରିଛନ୍ତି ତେବେ ପୁରୁଣା ଲଗଇନ ଆଇଡି ଏବଂ ପାସଓ୍ଵାର୍ଡର ବ୍ୟବହାର କରିପାରିବେ।
– ଯଦି ଆପଣ ପ୍ରଥମ ଥର ଲଗ ଇନ କରୁଛନ୍ତି ତେବେ ରେଜିଷ୍ଟ୍ରେସନ ପାଇଁ ନୂଆ ଖାତା କରିବାକୁ ପଡିବ।
– ହୋମ ପେଜରେ New User ଟ୍ୟାବରେ Register Now ଉପରେ କ୍ଳିକ କରନ୍ତୁ।
– ଏହାପରେ ନିଜର ୟୁଜର ଆଇଡି ଓ ପାସଓ୍ଵାର୍ଡ ଦିଅନ୍ତୁ , ପରେ ସଠିକ କ୍ୟାପଚା ଏଣ୍ଟର କରି ରେଜିଷ୍ଟ୍ରର ଉପରେ କ୍ଲିକ କରନ୍ତୁ।
– ରେଜିଷ୍ଟ୍ରର ଆଇଡି ସହ ପାସପୋର୍ଟ ସେବା ଅନଲାଇନ ପୋର୍ଟାଲରେ ଲଗଇନ କରନ୍ତୁ।
– ଦିଆଯାଇଥିବା ବିକଳ୍ପ ମଧ୍ୟରୁ ଗୋଟିଏ ବାଛି ତାଜା ପାସପୋର୍ଟ/ ପାସପୋର୍ଟ ପୁନଃ ଜାରୀ ଲିଙ୍କ ରେ କ୍ଳିକ କରନ୍ତୁ ।
– ମନେରଖନ୍ତୁ ଆବେଦନ କରିବା ସମୟରେ ନିଜର ଜରୁରୀ ଇନର୍ଫମେସନ ଠିକ ଭାବେ ଏଣ୍ଟର କରନ୍ତୁ। ଏହାପରେ ସବମିଟ କରି ଆପ୍ଲାଏ ଇ –ଫର୍ମ ଲିଙ୍କରେ କ୍ଲିକ କରନ୍ତୁ।
– ଆପଏଣ୍ଟମେଣ୍ଟ ସେଡ୍ୟୁଲ କରିବା ପାଇଁ ପେ ଆଣ୍ଡ ସେଡ୍ୟୁଲ ଲିଙ୍କ ରେ କ୍ଲିକ କରନ୍ତୁ।
– ଶେଷରେ ଆବେଦନ ଫର୍ମର ପ୍ରିଣ୍ଟଆଉଟ ବାହର କରିବା ପାଇଁ ଆବେଦନ ରସିଦ ପ୍ରିଣ୍ଟ ଲିଙ୍କ ଉପରେ କ୍ଲିକ କରନ୍ତୁ।
ଏହାପରେ ଦିଆଯାଇଥିବା ରେଫରେନ୍ସ ଆଇଡିକୁ ସେଭ କରି ରଖନ୍ତୁ। ଯାହାଦ୍ୱାରା ଆପଣ ପରେ ନିଜର ଡାଟାକୁ ରିଚେକ କରି ଏଡିଟ କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.