ଭୁବନେଶ୍ୱରରୁ ଇଶାନ ଅଗ୍ରଓ୍ଵାଲଙ୍କ ଅପହରଣ ଘଟଣା: ସାଙ୍ଗ ରଚିଥିଲା କିଡନାପ୍‌ ଷଡ଼ଯନ୍ତ୍ର

ଭୁବନେଶ୍ବର(କେନ୍ୟୁଜ୍): ଖୋଲିଲା ଭୁବନେଶ୍ୱରରୁ ଇଶାନ ଅଗ୍ରଓ୍ଵାଲଙ୍କ ଅପହରଣ ପଛର ଗୁମର । ସାଙ୍ଗ ରଚିଥିଲା କିଡନାପ୍‌ ଷଡ଼ଯନ୍ତ୍ର । ଇଶାଙ୍କ ସାଙ୍ଗ ହିଁ ମାଷ୍ଟରମାଇଣ୍ଡ ଥିଲା । ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରେ ଥିବା ଧନେଶ୍ୱର ଥିଲା ଇଶାନଙ୍କ ସହପାଠୀ । ୨୦୧୬ ମସିହାରେ ଦୁହେଁ ଏକାଠି ପାଠ ପଢୁଥିଲା । ଇଶାନଙ୍କ ବାବଦରେ ସମସ୍ତ ତଥ୍ୟ ଅପହରଣକାରୀଙ୍କୁ ଦେଇଥିଲା ଧନେଶ୍ୱର । ଆଜି ୪ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ଡେମୋ କରିଛି ପୋଲିସ । ଅଭିଯୁକ୍ତ ଦେଖାଇଛନ୍ତି କେମିତି ଇଶାନଙ୍କୁ ବନ୍ଧୁକ ମୁନରେ ଅପହରଣ କରିଥିଲେ ।

ରାଜଧାନୀର କେଉଁ ସବୁ ସ୍ଥାନରେ ବୁଲାଇଥିଲେ । ୩୧ ତାରିଖରେ ଝାରପଡ଼ାରୁ ଇଶାନ ଅଗ୍ରଓ୍ଵାଲଙ୍କୁ ଅପହରଣ କରାଯାଇଥିଲା । ଆଠ ଶହ କିଲୋମିଟର କାର୍‌ରେ ବୁଲାଇଥିଲେ ଅପହରଣକାରୀ । ତାଙ୍କ ମୁଣ୍ଡ ଜାମିନ ପାଇଁ ମାଗିଥିଲେ ୩୦ ଲକ୍ଷ ଟଙ୍କା । ପୋଲିସରେ ଅଭିଯୋଗ ପରେ ୩୬ ଘଣ୍ଟା ପରେ ଅପହରଣକାରୀଙ୍କ କବଳରୁ ଉଦ୍ଧାର ହୋଇଥିଲେ ଇଶାନ ଅଗ୍ରଓ୍ଵାଲ୍‌ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.