ଖୁସି ଖବର! ହ୍ଵାଟ୍ସ ଆପ୍‌ରେ ଏବେ ୨ ଦିନ ପରେ ବି ଡିଲିଟ୍‌ କରିପାରିବେ ପଠାଇଥିବା ମେସେଜ୍‌

ବର୍ତ୍ତମାନ ହ୍ଵାଟ୍ସଆପ୍‌ ଏକ ଲୋକପ୍ରିୟ ଆପ୍‌ ଭାବେ ଲୋକଙ୍କ ମଧ୍ୟରେ ବେଶ୍‌ ଆଦୃତି ଲାଭ କରିଛି। ଏବେ ପାଖାପାଖି ୯୦ ପ୍ରତିଶତ ଲୋକ ହ୍ଵାଟ୍ସ ଆପ୍‌ ବ୍ୟବହାର କରୁଛନ୍ତି। ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ ହ୍ଵାଟ୍ସଆପ୍‌ ସବୁବେଳେ ନୂଆ ନୂଆ ଅପ୍‌ଡେଟ୍‌ ନେଇ ଆସୁଛି। ତେବେ ୟୁଜର୍ସଙ୍କ ପାଇଁ ବର୍ତ୍ତମାନ ପୁଣିଥରେ ଏକ ନୂଆ ଅପ୍‌ଡେଟ୍‌ ନେଇ ଆସିଛି ହ୍ଵାଟ୍ସଆପ୍‌। ଏହି ଅପ୍‌ଡେଟ୍‌ ଆସିବା ପରେ ଆପଣ ଯେକୌଣସି ମେସେଜ୍‌କୁ ଦୁଇ ଦିନ ପରେ ବି ଡିଲିଟ୍‌ କରିପାରିବେ।

ହ୍ଵାଟ୍ସ ଆପ୍‌ ‘ଡିଲିଟ୍‌ ଫର୍‌ ଏଭ୍ରିଓ୍ଵାନ୍‌’ ଫିଚରର ସମୟ ସୀମାକୁ ବଢ଼ାଇ ଦେଇଛି। ବର୍ତ୍ତମାନ ଏଥିପାଇଁ ୧ ଘଣ୍ଟା, ୮ ମିନିଟ୍‌ ଓ ୧୬ ସେକେଣ୍ଡ ସମୟ ରହିଛି। କମ୍ପାନୀ ଏହି ସମୟକୁ ବଢ଼ାଇ ୨ ଦିନ ଓ ୧୨ ଘଣ୍ଟା କରିବା ଉପରେ କାମ କରୁଛି। ଏହ ଫିଚର ଆସିବା ପରେ ଆପଣ ଯଦି କାହାକୁ ଭୁଲରେ ମେସେଜ୍‌ ପଠାଇ ଦେଇଛନ୍ତି, ତେବେ ୨ ଦିନ ପରେ ବି ତାହାକୁ ଡିଲିଟ୍‌ କରିପାରିବେ।

WABetaInfo ରିପୋର୍ଟରେ କୁହାଯାଇଛି ଯେ ଏହି ପରିବର୍ତ୍ତନକୁ ହ୍ଵାଟ୍ସଆପ୍‌ ବିଟା ଭର୍ସନ ୨.୨୨.୪୧୦ରେ ଦେଖିବାକୁ ମିଳିଛି। ପରେ ଏହା ଆପ୍‌ର ଷ୍ଟେବଲ ଭର୍ସନରେ ବି ଆସିପାରେ। ତେବେ ଏହି ଫିଚର ଏବେ ଯାଏଁ କୌଣସି ଫୋନ୍‌ରେ ଉପଲବ୍ଧ ନାହିଁ। ଏମିତି କି ବିଟା ଟେଷ୍ଟରରେ ବି ଏହା ଉପଲବ୍ଧ ନାହିଁ ବୋଲି WABetaInfo କହିଛି। ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ବି ହ୍ଵାଟ୍ସଆପ୍‌ ମେସେଜ୍‌ ଡିଲିଟ୍‌ କରିବା ସମୟ ସୀମାରେ ପରିବର୍ତ୍ତନ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.