Below header

ନୂଆପଡା: ୭ କୋଟି ଟଙ୍କା ଅର୍ଜି ବନ୍ଧା ହେଲେ ଯୋଗାଣ ବାବୁ, ସ୍ତ୍ରୀଙ୍କର ଭାଗ ଥିବା ଭିଜିଲାନ୍ସର ସନ୍ଦେହ

ନୂଆପଡା(କେନ୍ୟୁଜ୍):ଗିରଫ ହେଲେ କୋଟିପତି ଯୋଗାଣ ଅଧିକାରୀ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଆଡିସିନାଲ ସିଭିଲ ସପ୍ଲାଇ ଅଫିସର ରତ୍ନାକର ସେଠୀ ଗିରଫ ହୋଇଛନ୍ତି । ତାଙ୍କର ୬କୋଟି ୭୩ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ଭିଜିଲାନ୍ସ ସ୍କାନରରେ ଅଛନ୍ତି ରତ୍ନାକରଙ୍କ ପତ୍ନୀ । ସେ କଟକ ତିଗିରିଆରେ ଅଙ୍ଗନବାଡି ସୁପର ଭାଇଜର୍‌ ଅଛନ୍ତି । ସରକାରୀ ଚାକିରିରେ ଥିବାରୁ ପତ୍ନୀ ବି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହ କରୁଛି ଭିଜିଲାନ୍ସ । ଉଭୟ ସେମାନଙ୍କ ଆୟର ୫୭୦ ପ୍ରତିଶତ ଅଧିକ ସଂପତ୍ତି ରଖିଛନ୍ତି । ଗତକାଲି ରତ୍ନାଘରଙ୍କ ଘର ଓ ଅଫିସ ସହ ୬ଟିସ୍ଥାନରେ ଚଢଉ କରିଥିଲା ଭିଜିଲାନ୍‌ସ । ରେଡ୍‌ ବେଳେ ଜଣା ପଡିଥିଲା ରତ୍ନାକର ସେଠୀ ୧ କୋଟି ୧୭ଲକ୍ଷ ୫୪ ହାଜର ଟଙ୍କାର ବୀମା ପ୍ରିମିୟମ ଦେଇଛନ୍ତି ।

ଚାଉଳିଆଗଞ୍ଜରେ ୧୩ ହଜାର ବର୍ଗ ଫୁଟର ଚାରି ମହଲାର କୋଠା ଅଛି । ଯାହାର ମୂଲ୍ୟ ୨ କୋଟି ୧୨ ଲକ୍ଷରୁ ଅଧିକ ହେବ । କଟକ ବାଲିସାହିରେ ଦୁଇ ମହଲା କୋଠା ଓ ୩ ମହଲା ବିଶିଷ୍ଟ ନଟରାଜ ପ୍ୟାଲେସ ନାମକ କଲ୍ୟାଣ ମଣ୍ଡପ ବି ରହିଛି । ଚୌଦ୍ୱାର ଓରନ୍ଦାରେ ଅଛି ୩ ଏକର ଭୁସମ୍ପତ୍ତି । ଚାଉଳିଆଗଞ୍ଜରେ ୩ଟି ଓ ବାଲିସାହିରେ ଗୋଟିଏ ପ୍ଲଟ୍‌ ଅଛି । ରତ୍ନାକର ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୮୯ ଲକ୍ଷ ୨୪ ହଜାର ଟଙ୍କାର ଫିକ୍ସ ଡିପୋଜିଟ ଓ ବ୍ୟାଙ୍କ ଜମା ରହିଛି । ୫୦୦ ଗ୍ରାମର ସୁନା ଅଳଙ୍କାର ଓ ଅଢ଼େଇ କେଜିର ରୁପା ଅଳଙ୍କାର ଠାବ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.