ବର୍ଷା ପାଇଁ ବେଙ୍ଗ ସହ ଚେଙ୍ଗର ବାହାଘର

ନୂଆପଡା : ନୂଆପଡା ଜିଲ୍ଲାରେ ଚଳିତବର୍ଷ ବର୍ଷାର ଅଭାବ ଦେଖାଦେଇଛି । ଚାଷୀ ବେଉଷଣ କାମ ଆରମ୍ଭ କରିପାରୁନାହାନ୍ତି । ତେଣୁ ଖଡିଆଳ ବ୍ଲକ୍‌ ବ୍ରାହ୍ମଣପଡା ଗ୍ରାମବାସୀ କରାଇଛନ୍ତି ବେଙ୍ଗ-ଚେଙ୍ଗଙ୍କ ବାହାଘର । ବେଙ୍ଗ ଓ ଚେଙ୍ଗଙ୍କ ବାହାଘର କରାଇଲେ ଇନ୍ଦ୍ରଦେବତା ପ୍ରସନ୍ନ ହୁଅନ୍ତି ଓ ଭଲ ବର୍ଷା ହୁଏ ବୋଲି ବିଶ୍ୱାସ ରହିଛି।

ଗାଁର ମହିଳାମାନେ ବରକନ୍ୟାଙ୍କୁ ସଜାଇ ସହର ପରିକ୍ରମା କରିଥିଲେ । ଏହାସହ ନାଚଗୀତର ଆସର ମଧ୍ୟ ଜମିଥିଲା। ପରେ ଭୋଜିଭାତ ଖାଇ ସମସ୍ତେ ବରକନ୍ୟାଙ୍କୁ ଆଶୀର୍ବାଦ ଦେବା ସହ ଇନ୍ଦ୍ରଦେବଙ୍କୁ ଆହ୍ଵାନ କରିଥିଲେ । ବିଶ୍ୱାସ ଅଛି ବେଙ୍ଗ ଚେଙ୍ଗ ବାହାଘରରେ ଇନ୍ଦ୍ରଦେବତା ଖୁସି ହୁଅନ୍ତି ଓ ଭଲ ବର୍ଷା ହୁଏ । ନୂଆପଡ଼ା ଜିଲ୍ଲାରେ ବର୍ଷାର ଅଭାବ ଦେଖାଦେଇଥିବାରୁ ଏହି ନିଆରା ବିବାହ ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ପିଲାଠୁ ବଡ଼ଙ୍କ ପର୍ୟ୍ୟନ୍ତ ସମସ୍ତେ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.