ଆଜି ଗଜଲକ୍ଷ୍ମୀ ପୂଜା, ଚଳଚଞ୍ଚଳ ଶିଳ୍ପନଗରୀ ଅନୁଗୁଳ ଓ କେନ୍ଦ୍ରାପଡ଼ା ସହର

କେନ୍ୟୁଜ୍: ଆଜିଠୁ ଆରମ୍ଭ ହେଉଛି ଗଜଲକ୍ଷ୍ମୀ ପୂଜା । ଧରାବତରଣ କରିବେ ମାଆ। ଏଥିପାଇଁ ଚଳଚଞ୍ଚଳ ସାରା ଓଡିଶା। ଧନଧାନ୍ୟ ଓ ଐଶ୍ୱର୍ଯ୍ୟର ଦେବୀ ଗଜଲକ୍ଷ୍ମୀଙ୍କ ଆବାହନ ପାଇଁ ଉତ୍ସବମୁଖର କେନ୍ଦ୍ରାପଡ଼ା। ସଜେଇ ହୋଇଛି ସାରା ସହର । ସହରରେ ୭୬ଟି ମଣ୍ଡପରେ ପୂଜା ପାଇବେ ଗଜଲକ୍ଷ୍ମୀ । ସୁଉଚ୍ଚ ତୋରଣ ସାଙ୍ଗକୁ ଆକଷର୍ଣୀୟ ମେଢ଼ ନିର୍ମାଣ କରାଯାଇଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ଲାଷ୍ଟିକ ବର୍ଜନ ପାଇଁ ବାର୍ତ୍ତା ଦିଆଯାଇଛି । ୭ଦିନ ଧରି ଏଠାରେ ଅନୁଷ୍ଠିତ ହେବ ମାଆଙ୍କ ପୂଜା । ଦୁଇ ଦିନ ଧରି ହେବ ଭସାଣ ଉତ୍ସବ । ଭିଡ଼କୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୩୬ଟି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି ।

ମାଆ ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ ଚଳଚଞ୍ଚଳ ଶିଳ୍ପନଗରୀ ଅନୁଗୁଳ:

gaja-lakshmiମାଆ ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ ଚଳଚଞ୍ଚଳ ଶିଳ୍ପନଗରୀ ଅନୁଗୁଳ ସହର। ଚଳିତବର୍ଷ ୨୯ଟି ପୂଜା ମଣ୍ଡପରେ ପୂଜା ପାଇବେ ମାଆ ଧନଦାତ୍ରୀ। ସଜେଇ ହୋଇଛି ଅନୁଗୁଳ ସହର। ସନ୍ଧ୍ୟାରେ ଝିଲିମିଲି ଆଲୋକମାଳା ସହ ସୁଦୃଶ୍ୟ ତ୍ୱରଣରେ ସଜେଇ ହେବ ଅନୁଗୁଳ ସହର। ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.