ନୀଳଗିରି: ରାତି ଅଧରେ ଯାତ୍ରୀବାହୀ ବସ୍ ଡ୍ରାଇଭରଙ୍କୁ ମାଡ ମାରି ବନ୍ଧୁକ ମୁନରେ ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ୱର(କେନ୍ୟୁଜ୍) : ଲୁଟେରାଙ୍କ ଟାର୍ଗେଟ୍‌ରେ ନାଇଟକୋଚ୍ ବସ୍‌। ରାତି ଅଧରେ ଯାତ୍ରୀବାହୀ ବସ୍ ଡ୍ରାଇଭରଙ୍କୁ ମାଡ ମାରି ବନ୍ଧୁକ ମୁନରେ ଲୁଟିନେଲେ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ସଜନାଗଡ଼ ଜମୁଡିହି ସାହି ନିକଟରୁ ଲୁଟ୍ ହୋଇଛି। ବିଜୟା ନାମକ ଏକ ଘରୋଇ ବସ୍ ଶରତରୁ ଭୁବନେଶ୍ୱର ଯାଉଥିବାବେଳେ ଜାମୁଡିହି ସାହି ଛକ ଜଙ୍ଗଲୀ ରାସ୍ତାରେ କିଛି ଦୁର୍ବୃତ୍ତ କାର୍ ଓ ବାଇକ୍‌ରେ ଆସି ଅଟକାଇଥିଲେ। ଏହାପରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।