ସ୍ନାନ ମଣ୍ଡପକୁ ଆସିଲେନି ଗଜପତି ମହାରାଜ, ପ୍ରତିନିଧି ଭାବେ ମୁଦିରସ୍ତ ତୁଲାଇଲେ ସେବା

ପୁରୀ: ସ୍ନାନ ମଣ୍ଡପକୁ ସେବା ପାଇଁ ଆସିଲେନି ଗଜପତି ମହାରାଜ। ମହାରାଜଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ତୁଲାଇଲେ ସେବା । ଶଙ୍କରାଚାର୍ଯ୍ୟ ମଧ୍ୟ ସ୍ନାନଦେବୀକୁ ନଆସିବା ନେଇ ସୂଚନା ମିଳିଛି । ତେବେ ଗଜପତି ମହାରାଜ ନଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ଅପରପଟେ ନିର୍ଦ୍ଧାରିତ ସମୟରେ ଚାଲିଛି ମହାପ୍ରଭୁଙ୍କ ପବିତ୍ର ସ୍ନାନ ଯାତ୍ରା। ଜଳଲାଗି ପରେ ଛେରା ପହଁରା ଏବଂ ଏହା ପରେ ସଂପନ୍ନ ହେବ ହାତୀବେଶ। ପାଖରେ ନହେଉ ପଛେ ଟିଭି ମାଧ୍ଯମରେ ଦୀର୍ଘ ୨ ମାସ ପରେ ଠାକୁରଙ୍କୁ ଦେଖିବାର ସୁଯୋଗ ପାଇଛନ୍ତି ଭକ୍ତ ।

prabhuସୂଚନା ଥାଉକି, ରତ୍ନସିହ୍ନାସନରୁ ଓହ୍ଲାଇ ଶ୍ରୀଜିଉମାନେ ଧାଡି ପହଣ୍ଡିରେ ଆସି ସ୍ନାନମଣ୍ଡପରେ ବିରାଜମାନ କରିଛନ୍ତି। ପ୍ରତିବର୍ଷ ଭଳି ଆଜି ମଧ୍ୟ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସୀମିତ ସେବାୟତଙ୍କ ଉପସ୍ଥିତିରେ ସ୍ନାନବେଦୀରେ ଚାଲିଛି ସ୍ୱତନ୍ତ୍ର ନୀତି। ରାତି ୧ଟା ୨୫ରେ ମଙ୍ଗଳାର୍ପଣ ପରେ ୧ଟା ୪୦ରେ ଆରମ୍ଭ ହୋଇଥିଲା ପହଣ୍ଡି। ଚଳିତବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ହେଉଛି ନୀତିକାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.