ନବୀନ ନିବାସରେ ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ମହାରାଜା । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏତିକିବେଳେ ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ବି ଉପସ୍ଥିତ ଥିଲେ ।

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ମହାରାଜା । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏତିକିବେଳେ ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ବି ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଗଜପତି ମହାରାଜା।

ଏହା ଏକ ସୌଜନ୍ୟମୂଳକ ସାକ୍ଷାତ । ଗଜପତି ମହାରାଜା କହିଛନ୍ତି, ୫ଶହ ବର୍ଷ ମଧ୍ୟରେ ଶ୍ରୀମନ୍ଦିର ପାଇଁ ପରିକ୍ରମା ପ୍ରକଳ୍ପ ଏକ ଅପୂର୍ବ ନିର୍ମାଣ କାର୍ଯ୍ୟ । ମହାପ୍ରଭୁଙ୍କ କୃପାରୁ ଅସମ୍ଭବ ସମ୍ଭବ ହୋଇଛି । ନିଷ୍ଠାର ସହ ରାଜ୍ୟ ସରକାର ଏହାକୁ ସଂପନ୍ନ କରିବାର ସଙ୍କଳ୍ପ ପୂର୍ଣ୍ଣ ରୂପ ଦେଇଛି ବୋଲି କହିଥିଲେ ଗଜପତି ମହାରାଜା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.