ଆଇପିଏଲ ଟାଇଟଲ ସ୍ପନସରସିପ, ୫ ବର୍ଷ ପାଇଁ ରାଇଟସକୁ ୨୫୦୦ କୋଟି ଟଙ୍କାରେ କିଣିଲା ଟାଟା ଗ୍ରୁପ

୫ବର୍ଷ ପାଇଁ ରାଇଟସକୁ ୨୫୦୦ କୋଟି ଟଙ୍କାରେ କିଣିଛି ଟାଟା । ୨୦୨୪ରୁ ୨୦୨୮ ପର୍ଯ୍ୟନ୍ତ ଟାଇଟଲ ସ୍ପନସରସିପ ହାସଲ କରିଛି ଟାଟା ଗ୍ରୁପ । ପ୍ରତି ସିଜିନ ପାଇଁ ବିସିସିଆଇ ୫ଶହ କୋଟି ଟଙ୍କା ପାଇବ ।

ଟାଟା ଗ୍ରୁପ ପାଖରେ ପୁଣି ଥରେ ରହିଲା ଆଇପିଏଲ ଟାଇଟଲ ସ୍ପନସରସିପ । ୫ବର୍ଷ ପାଇଁ ରାଇଟସକୁ ୨୫୦୦ କୋଟି ଟଙ୍କାରେ କିଣିଛି ଟାଟା । ୨୦୨୪ରୁ ୨୦୨୮ ପର୍ଯ୍ୟନ୍ତ ଟାଇଟଲ ସ୍ପନସରସିପ ହାସଲ କରିଛି ଟାଟା ଗ୍ରୁପ ।

ପ୍ରତି ସିଜିନ ପାଇଁ ବିସିସିଆଇ ୫ଶହ କୋଟି ଟଙ୍କା ପାଇବ । ଇତିହାସରେ କୌଣସି ଲିଗ ପାଇଁ ଏହା ସର୍ବାଧିକ ପ୍ରାୟୋଜକ ଅର୍ଥ ରାଶି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ୨୦୨୨ ରେ ୭୩୦ କୋଟି ଟଙ୍କା ଦେଇ ୨୦୨୩ ପର୍ଯ୍ୟନ୍ତ ରାଇଟସ କିଣିଥିଲା । ଓ ୨୦୨୩ରେ ମଧ୍ୟ ଟାଟା ଗ୍ରୁପ ପାଖରେ ଆଇପିଏଲ ସହ ୱିମେନ ପ୍ରିମିୟର ଲିଗର ଟାଇଟଲ ସ୍ପନସରସିପ ରହିଥିଲା । ଟାଟା ଗ୍ରୁପ ସହ ୨୦୨୪ରୁ ୨୮ ଯାଏ ଆଇପିଏଲର ସହଯୋଗିତା ଏକ ଆଇପିଏଲ ଯାତ୍ରାରେ ଏକ ମାଇଲଷ୍ଟୋନ ବୋଲି ଆଇପିଏଲ ଅଧ୍ୟକ୍ଷ ପ୍ରେମ କୁମାକ ଧୁମଲ କହିଛନ୍ତି ।

ବିସିସିଆଇ ଏକ ମାସ ପୂର୍ବରୁ ଆଇପିଏଲ ଟାଇଟଲ ରାଇଟସ ବିକ୍ରି ପାଇଁ ଟେଣ୍ଡର ଜାରି କରିଥିଲା । ରାଇଟସ କିଣିବା ପାଇଁ ଇଚ୍ଛୁକ ଥିବା କମ୍ପାନୀ ବିସିସିଆଇକୁ ୫ ଲକ୍ଷ ଦେଇ ଟେଣ୍ଡର ଡକ୍ୟୁମେଣ୍ଟ କିଣିଥିଲା । ଏହାର ଶେଷ ତାରିଖ ୮ ଜାନୁଆରୀ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.