ଛୋଟ ପିଲାଙ୍କ ପାଇଁ ଇନଷ୍ଟାଗ୍ରାମ ଆଣିଲା ନୂଆ ଫିଚର, ବିଳମ୍ବିତ ରାତି ଯାଏଁ ବ୍ୟବହାର କରିପାରିବେନି ଆପ୍‌

ପିଲାମାନେ ପ୍ରାୟତଃ ଘଣ୍ଟା ଘଣ୍ଟା ଧରି ସୋସିଆଲ ମିଡିଆରେ ବ୍ୟସ୍ତ ରୁହନ୍ତି । ଖାସ୍‌ କରି ଇନଷ୍ଟାଗ୍ରାମରେ ସେମାନେ ଘଣ୍ଟା ଘଣ୍ଟା ଧରି ରିଲ୍ସ୍‌ ଦେଖୁଛନ୍ତି । ଏହି ଅଭ୍ୟାସ ଯୋଗୁଁ ସେମାନେ ଠିକ୍‌ ଭାବରେ ଶୋଇ ପାରନ୍ତିନି । ତେଣୁ ଏଭଳି ସମସ୍ୟାକୁ ଦୂର କରିବା ପାଇଁ ମେଟା ଏକ ନୂଆ ଅପଡେଟ୍‌ ଆଣିଛି ।

ସମଗ୍ର ବିଶ୍ୱରେ ଇନଷ୍ଟାଗ୍ରାମର ଲକ୍ଷ ଲକ୍ଷ ୟୁଜର୍ସ ଅଛନ୍ତି । ଛୋଟ ପିଲାମାନେ ମଧ୍ୟ ଏହି ଆପକୁ ମନ ଇଚ୍ଛା ବ୍ୟବହାର କରୁଛନ୍ତି । ଛୋଟ ପିଲାମାନଙ୍କ ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ଅତ୍ୟଧିକ ବ୍ୟବହାରକୁ ଦୃଷ୍ଟିରେ ରଖି ମେଟା ପ୍ରାଇଭେସୀ ଏବଂ ସେଫ୍ଟି ଫିଚର୍ସକୁ ନେଇ କାମ କରୁଛି । କମ୍ପାନୀ ପୂର୍ବରୁ ମଧ୍ୟ ଏଭଳି ଫିଚର୍ସକୁ ଲଞ୍ଚ କରିଛି, ଯାହା ପିଲାମାନଙ୍କୁ ପ୍ଲାଟଫର୍ମରେ ଦେଖୁଥିବା କଣ୍ଟେଟ୍‌ ଏବଂ ସର୍ଚ୍ଚ ଟର୍ମସକୁ କଣ୍ଟ୍ରୋଲ କରିବାକୁ ଅନୁମତି ଦେଇଥାଏ । ବର୍ତ୍ତମାନ କମ୍ପାନୀ ଆଉ ଏକ ନୂଆ ଅପଡେଟ୍ ଆଣିଛି । ପିଲାମାନେ ବିଳମ୍ବିତ ରାତିରେ ଇନଷ୍ଟାଗ୍ରାମ ବ୍ୟବହାର କରୁଥିବାବେଳେ ନୋଟିଫିକେସନ୍‌ ଏବଂ ପେରେଣ୍ଟାଲ୍‌ ସୁପରଭିଜନ୍‌ ଭଳି ଫିଚର୍ସକୁ ଆଣିଛି । ଏହି ଫିଚର ଦ୍ୱାରା ଛୋଟ ପିଲାମାନେ ବିଳମ୍ବିତ ରାତି ଯାଏଁ ଇନଷ୍ଟାଗ୍ରାମ ଚଲାଇ ପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ଫିଚର ଦ୍ୱାରା ଆପଣଙ୍କୁ କେମିତି ଲାଭ ମିଳିବ ।

ପିଲାମାନେ ପ୍ରାୟତଃ ଘଣ୍ଟା ଘଣ୍ଟା ଧରି ସୋସିଆଲ ମିଡିଆରେ ବ୍ୟସ୍ତ ରୁହନ୍ତି । ଖାସ୍‌ କରି ଇନଷ୍ଟାଗ୍ରାମରେ ସେମାନେ ଘଣ୍ଟା ଘଣ୍ଟା ଧରି ରିଲ୍ସ୍‌ ଦେଖୁଛନ୍ତି । ଏହି ଅଭ୍ୟାସ ଯୋଗୁଁ ସେମାନେ ଠିକ୍‌ ଭାବରେ ଶୋଇ ପାରନ୍ତିନି । ଏନେଇ ବାପା ମା’ ମାନେ ମଧ୍ୟ ଚିନ୍ତାରେ ରହୁଛନ୍ତି । ତେଣୁ ଏଭଳି ସମସ୍ୟାକୁ ଦୂର କରିବା ପାଇଁ ମେଟା ଏକ ନୂଆ ଅପଡେଟ୍‌ ଆଣିଛି । ପିଲାମାନଙ୍କର ଶୋଇବା ଅଭ୍ୟାସକୁ ଠିକ୍‌ ରଖିବା ପାଇଁ ଇନଷ୍ଟାଗ୍ରାମ “Nighttime Nudges” ନାମକ ଏକ ନୂଆ ଫିଚର ଆଣିଛି । ଯେତେବେଳେ ପିଲାମାନେ ବିଳମ୍ବିତ ରାତିରେ ରିଲ୍ସରେ କିମ୍ବା ଡାଇରେକ୍ଟ ମେସେଜରେ ୧୦ ମିନିଟରୁ ଅଧିକ ସମୟ ବିତାଇବେ ସେହି ସମୟରେ ଏହି ଫିଚର୍ସ ସେମାନଙ୍କୁ ସମୟ ବିଷୟରେ ମନେ ପକାଇବ । ଏହା ମଧ୍ୟ ପିଲାମାନଙ୍କୁ ରାତିରେ ଶୋଇବା ସମୟରେ ଲଗ୍ ଅଫ୍ କରିବାକୁ କହିବ ।

ସୂଚନା ଅନୁଯାୟୀ, “Nighttime Nudges” ଫିଚର ଛୋଟପିଲାମାନଙ୍କୁ ଇନଷ୍ଟାଗ୍ରାମକୁ ଅଧିକ ବ୍ୟବହାର କରିବାରୁ ରୋକିବ । ଏହି ଫିଚରକୁ ଟର୍ନ୍ ଅନ୍ କରିବା ପରେ, ୟୁଜରମାନେ ଏହାକୁ ୧୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ନାହିଁ । ଆପ୍ ପ୍ରତି ୧୦ ମିନିଟରେ ୟୁଜରମାନଙ୍କୁ ରିମାଇଣ୍ଡର ସେଣ୍ଡ କରିବ । ଏହି ଫିଚର ପିଲାମାନଙ୍କୁ ଇନଷ୍ଟାଗ୍ରାମରେ ଲଗ୍ ଅଫ୍‌ କରିବାକୁ କହିବ ।

ଏହି ଫିଚରକୁ ଲଞ୍ଚ କରିବା ପରେ ଇନଷ୍ଟାଗ୍ରାମ କହିଛି ଯେ ସମସ୍ତଙ୍କ ପାଇଁ ଶୋଇବା ଅତ୍ୟନ୍ତ ଜରୁରୀ । ସେ ପିଲା ହୁଅନ୍ତୁ କିମ୍ବା ବୟସ୍କ ବ୍ୟକ୍ତି ହୁଅନ୍ତୁ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ ଜରୁରୀ କିନ୍ତୁ ଅନେକ ଥର ଦେଖାଯାଇଛି ଯେ ପିଲାମାନେ ବିଳମ୍ବିତ ରାତିରେ ଘଣ୍ଟା ଘଣ୍ଟା ଧରି ରିଲ୍ସ ଦେଖନ୍ତି । ଏହି କାରଣରୁ “Nighttime Nudges” ଫିଚର ଲଞ୍ଚ ହୋଇଛି । ଏହି ଫିଚର ପିଲାମାନଙ୍କୁ ଆପ୍ ବନ୍ଦ କରିବାକୁ ବାରମ୍ବାର ମନେ ପକାଇବ । ଯାହା ଦ୍ୱାରା ପିଲାମାନେ ବିଳମ୍ବିତ ରାତି ଯାଏଁ ଫୋନ ଚଲାଇବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.