ରଶ୍ମିକା ମନ୍ଦାନାଙ୍କ ଡିପଫେକ ଭିଡିଓ ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ

ରଶ୍ମିକା ମନ୍ଦାନାଙ୍କ ଡିପଫେକ କରିଥିବା ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତକୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଗତବର୍ଷ ନଭେମ୍ବର ମାସରେ ରଶ୍ମିକାଙ୍କ ଡିପ ଫେକ ପ୍ରୋଫାଇଲ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲା ଅଭିଯୁକ୍ତ ।

ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ କରିଥିବା ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତକୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଗତବର୍ଷ ନଭେମ୍ବର ମାସରେ ରଶ୍ମିକାଙ୍କ ଡିପ ଫେକ ପ୍ରୋଫାଇଲ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲା ଅଭିଯୁକ୍ତ ।

ବ୍ରିଟିଶ ଇଣ୍ଡିଆନ ଇନଫ୍ଲୁଏନସର ଜାରା ପଟେଲଙ୍କ ଭିଡିଓରେ ରଶ୍ମିକାଙ୍କ ମୁହଁକୁ ଏଡିଟ କରି ଯୋଡ଼ୋ ଯାଇଥିଲା। ଡିପଫେକ ଭିଡିଓ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ରଶ୍ମିକା । ଏହି ମାମଲା ପରେ ଦିଲ୍ଲୀ ପୋଲିସ ଜାଲିଆତି, ସମ୍ମାନହାନୀ, ପରିଚୟ ଚୋରି ଓ ବ୍ୟକ୍ତିଗତ ତଥ୍ୟର ଉଲ୍ଲଙ୍ଘନ ଆଦି ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

କିଛି ଦିନ ତଳେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଡିପଫେକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏଥିରେ ତାଙ୍କୁ ଏକ ଗେମିଂ ଆପର ପ୍ରମୋସନ କରିଥିବା ଦେଖାଯାଇଥିଲା । ଭିଡିଓ ଭାଇରାଲ ହେବା ପରେ ଏହା ନକଲି ବୋଲି ତେନ୍ଦୁଲକର ସ୍ପଷ୍ଟ କରିବା ସହ ଭିଡିଓକୁ ରିପୋର୍ଟ କରିବାକୁ ଅନୁରୋଧ କରିଥିଲେ । ବିଭିନ୍ନ ସେଲିବ୍ରିଟିଙ୍କ ଡିପଫେକ ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

ସୂଚନାଯୋଗ୍ୟ, କେବଳ ରଶ୍ମିକା ମନ୍ଦାନା ନୁହେଁ, ଦୀପିକା, କ୍ୟାଟ୍ରିନା, ସାରା ତେନ୍ଦୁଲକର ମଧ୍ୟ ଡିପଫେକର ଶିକାର ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.