ଆଜି ଶ୍ରୀନଅରରେ ଗଜପତି ମହାରାଜଙ୍କ ଦେବାଭିଷେକ ନୀତି, ରାଜ ପୁରୋହିତ ଗଜପତିଙ୍କୁ ବନ୍ଦାପନା ସହ କରିବେ ଅଭିଷେକ

ଆଜି ଶ୍ରୀନଅରରେ ଗଜପତି ଦିବ୍ୟସିଂହ ଦେବଙ୍କ ଦେବାଭିଷେକ ନୀତି କରାଯିବ । ପାରମ୍ପରିକ ରୀତିରେ ରାଜ ପୁରୋହିତ ଗଜପତିଙ୍କୁ ବନ୍ଦାପନା କରିବା ସହ ଅଭିଷେକ କରାଇବେ । ପୌଷ ପୂର୍ଣ୍ଣମୀ ଦିନ ମହାପ୍ରଭୁଙ୍କର ଦେବାଭିଶେକ ହୋଇଥିବା ବେଳେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତିଙ୍କର ମଧ୍ୟ ରାଜଭିଷେକ କରାଇବେ । ରାଜଗୁରୁ ଅଭିଷେକ କରାଇ ମଙ୍ଗଳାର୍ପଣ ବିଧି ସମ୍ପୁର୍ଣ୍ଣ କରିବେ ।ଏହି ଅବସରରେ ଶ୍ରୀନଗରରେ ଇଷ୍ଟ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇ ଶ୍ରୀମନ୍ଦିରରୁ ଆସିଥିବା ବିଭିନ୍ନ ସାମଗ୍ରୀ ମହାରାଜାଙ୍କୁ ଲାଗି କରାଯାଇଥାଏ । ଶ୍ରୀରାମଙ୍କ ଅଭିଷେକକୁ ମନେ ପକାଇ ଏହି ବିଧି ପାଳନ କରାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.