ଆଜି ୧୫୩ ତମ ଗାନ୍ଧି ଜୟନ୍ତୀ, ଶାନ୍ତି ଓ ଅହିଂସାର ଆଜୀବନ ପୂଜାରୀ ମହାତ୍ମା ଗାନ୍ଧିଙ୍କୁ ମନେ ପକାଉଛି ସାରା ଦେଶ

ନୂଆଦିଲ୍ଲୀ: ଆଜି ମହାତ୍ମା ଗାନ୍ଧି ଜୟନ୍ତୀ । ପ୍ରତିବର୍ଷ ଅକ୍ଟୋବର ୨ ତାରିଖକୁ ଦେଶରେ ଗାନ୍ଧି ଜୟନ୍ତୀ ରୂପେ ପାଳନ କରାଯାଉଛି । ଭାରତକୁ ଇଂରେଜମାନଙ୍କ ଠାରୁ ସ୍ୱାଧୀନତା ଦେବାରେ ପ୍ରମୁଖ୍ୟ ଭୂମିକା ଗ୍ରହଣ କରିଥିବା ମହାତ୍ମା ଗାନ୍ଧିଙ୍କ ଜନ୍ମ ୧୮୬୯ ଅକ୍ଟୋବର ୨ ତାରିଖରେ ଗୁଜରାଟର ପୋର୍‌ ବନ୍ଦରରେ ହୋଇଥିଲା । ତାଙ୍କରି ସ୍ମୃତିରେ ଚଳିତ ଥର ଗାନ୍ଧିଜୀଙ୍କ ୧୫୩ ତମ ଜୟନ୍ତୀ ପାଳନ କରୁଛି ଦେଶ ।

ଆଜି ଗାନ୍ଧି ଜୟନ୍ତୀ । ଶାନ୍ତି ଓ ଅହିଂସାର ଆଜୀବନ ପୂଜାରୀ ମହାତ୍ମା ଗାନ୍ଧିଙ୍କ ମନେ ପକାଉଛି ସାରା ଦେଶ । ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ସାଜିଥିଲେ ବାପୁ । ଆଜି ଗାନ୍ଧି ଜୟନ୍ତୀ ଅବସରରେ ରାଜଘାଟ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେହିପରି ଆଜି ମଧ୍ୟ ଶାନ୍ତିର କପୋତ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ । ଛାତ୍ର ଜୀବନରୁ ହିଁ ଦେଶ ସେବାରେ ନିଜକୁ ଉତ୍ସଗୀକୃତ କରିଥିଲେ ଲାଲ ବାହାଦୁର ଶାସ୍ତ୍ରୀ ।

ଆଜି ଉଭୟ ମହାପୁରୁଷଙ୍କୁ ମନେ ପକାଉଛି ସାରା ଦେଶ । ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ସେପଟେ ବାପୁଙ୍କୁ ମନେ ପକାଇ ପୁରୀର ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଏକ ଆକର୍ଷଣୀୟ ସ୍ୟାଣ୍ଡ ଆନିମେସନ କରିଛନ୍ତି । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୀବନୀକୁ ନେଇ ପୁରୀ-କୋଣାର୍କ ବେଳାଭୂମି ରାସ୍ତାର ନିଜ ମ୍ୟୁଜିୟମ୍‌ରେ ଏହି ସ୍ୟାଣ୍ଡ ଆନିମେସନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.