ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପାଇଁ ଚାର୍ଲସ ଶୋଭରାଜ ଫର୍ମୁଲାକୁ ଆପଣାଇଥିଲା କି? ଉଠିଲା ପ୍ରଶ୍ନ

କେନ୍ୟୁଜ୍(ବ୍ୟୁରୋ):  ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପାଇଁ କାହା ଯୋଜନା ଥିଲା? ଅନୁମାନ କରାଯାଉଛି, ଡାକ୍ତରଖାନାରୁ ଫେରାର ହେବା ପାଇଁ ସେ ଚାର୍ଲସ ଶୋଭରାଜ ଫର୍ମୁଲାକୁ ଆପଣେଇଥିଲା । ତିହାର ଜେଲରେ ଥିବା ବେଳେ ସେ ଦୁଇଜଣ ମହିଳାଙ୍କ ସହାୟତାରେ ଫେରାର ହୋଇଯାଇଥିଲା । କିନ୍ତୁ ମାସକ ପରେ ପୁଣି ସେ ଧରାପଡ଼ିଥିଲା । ପରେ ଶୋଭରାଜର ଜେଲ ଦଣ୍ଡାଦେଶକୁ ୧୯୯୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ୧୯୮୬ରେ କିନ୍ତୁ ତିହାର ଜେଲର ଅଧିକାରୀଙ୍କୁ ନିଶା ଦେଇ ସେଠାରୁ ଫେରାର ହୋଇଥିଲା । ପରେ ସେ ଫ୍ରାନ୍‌ସ ଚାଲିଯାଇଥିଲା ।

ପ୍ରଥମେ ବିକିନୀ କିଲର ଆଖ୍ୟା ପାଇଥିବା ଚାର୍ଲସ ଶୋଭରାଜ କିନ୍ତୁ ପରେ ବାରମ୍ବାର ଜେଲରୁ ଫେରାର ହେବା ପରେ ଦି ସର୍ପେଣ୍ଟ ବା ଧୂର୍ତ୍ତ ଭାବେ ଆଖ୍ୟା ପାଇଥିଲା ।  ଏକାଧିକ ହତ୍ୟାରେ ସଂପୃକ୍ତ ଥିଲା ଶୋଭରାଜ । ଜୁଲାଇ ୧୯୭୬ରେ ଶୋଭରାଜ ଦିଲ୍ଲୀରେ ଫରାସୀ ଛାତ୍ରଙ୍କ ଏକ ଗ୍ରୁପକୁ ଡ୍ରଗ୍‌ସ ଯୋଗାଇ ସେମାନଙ୍କୁ ଲୁଟିବା ଅପରାଧରେ ଗିରଫ ହୋଇଥିଲା । ଏହା ସହ ମୁମ୍ବାଇରେ ଜଣେ ଫରାସୀ ନାଗରିକଙ୍କ ହତ୍ୟାରେ  ମଧ୍ୟ ସେ ଅଭିଯୁକ୍ତ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.