କଟକରୁ ତଡ଼ିପାର ହେବ ଗ୍ୟାଙ୍ଗଷ୍ଟର ସକିଲ୍‌,ପୋଲିସ କମିଶନରଙ୍କ ଅଫିସରେ ଆବେଦନ

କଟକ(କେନ୍ୟୁଜ୍):  କଟକରୁ ତଡ଼ିପାର ହେବ ଗ୍ୟାଙ୍ଗଷ୍ଟର ସକିଲ୍‌ । ତାକୁ ତଡିପାର କରିବାକୁ ପୋଲିସ କମିଶନରଙ୍କ ଅଫିସରେ ଆବେଦନ କରିଛି କଟକ କମିଶନରେଟ ପୋଲିସ । ଗ୍ୟାଙ୍ଗଷ୍ଟର ସକିଲ ସମେତ ମୋଟ ଏଗାର ଜଣ ପେଶାଦାର ଦୁର୍ଦ୍ଦାନ୍ତ ଅପରାଧିଙ୍କୁ କଟକ କମିଶନରେଟ ପୋଲିସ ଅଧିନ ଅଞ୍ଚଳରୁ ତଡିପାର କରିବା ପାଇଁ ଆବେଦନ କରାଯାଇଥିବା ସୂଚନା ଦେଇଛନ୍ତି ଡିସିପି । ଅର୍ବାନ ପୋଲିସ ଆକ୍ଟର ଧାରା ୪୬ ଓ ୪୭ ଅନୁଯାୟୀ ଏହି ଆବେଦନ କରାଯାଇଛି ।

ଏ ନେଇ ନିଜର ପକ୍ଷ ରଖିବା ପାଇଁ ସକିଲକୁ ନୋଟିସ ଜାରି କରିଛି କମିଶନରେଟ ପୋଲିସ । ଆସନ୍ତା ୨୮ ତାରିଖରେ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଏ ସମ୍ପର୍କିତ ଶୁଣାଣି ହେବ । ତଡିପାର ନେଇ ସେହି ଦିନ ନିଆଯିବ ନିଷ୍ପତ୍ତି । ଏବେ ଜାମିନରେ ଜେଲ୍‌ ବାହାରେ ଅଛି ସକିଲ । ତା ନାଁ ରେ ବିଭିନ୍ନ ଥାନାରେ ଧମକ ଚମକ, ଦାଦା ବଟି ଆଦାୟ, ବୋମା ମାଡ଼, ହତ୍ୟା ଉଦ୍ୟମ ଆଦି ସଙ୍ଗିନ ମାମଲା ରହିଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.