ଗ୍ୟାଙ୍ଗଷ୍ଟର ଟିଟୋର ଓଲିଉଡ୍ ଲିଙ୍କ୍

titooଭୁବନେଶ୍ବର: ଗ୍ୟାଙ୍ଗଷ୍ଟର ଟିଟୋର ଓଲିଉଡ୍ ଲିଙ୍କ୍। ଏକ ଓଲିଉଡ୍ ଫିଲ୍ମରେ ଲାଗିଛି ଟିଟୋର ଟଙ୍କା। ଏହି ଫିଲ୍ମର ମହୁରତ ସରିଥିବା ବେଳେ ସୁଟିଂ ପର୍ୟ୍ୟାୟରେ ରହିଛି। ସମ୍ପର୍କୀୟ ଭାଇ ଜରିଆରେ ଟିଟୋ ଫିଲ୍ମରେ ଟଙ୍କା ଲଗାଇଥିବା ସୂଚନା ମିଳିଛି। ଏହା ସହ ଆଉ କିଛି ଫିଲ୍ମରେ ମଧ୍ୟ ଟିଟୋ ଟଙ୍କା ଲାଗିଥିବା କ୍ରାଇମବ୍ରାଞ୍ଚ ଏସଟିଏଫକୁ ସୁରାକ୍ ମିଳିଛି।

ଏନେଇ ଅଧିକ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଟିଟୋକୁ ଦ୍ୱିତୀୟ ପର୍ୟ୍ୟାୟ ରିମାଣ୍ଡରେ ନେଇ ପଚରାଉଚରା ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି। ପ୍ରଥମ ପର୍ୟ୍ୟାୟରେ ୫ ଦିନ ରିମାଣ୍ଡରେ ନେଇଥିବା ବେଳେ ଦ୍ୱିତୀୟ ପର୍ୟ୍ୟାୟରେ ପୁଣି ୪ ଦିନ ରିମାଣ୍ଡରେ ଟିଟୋକୁ ନେଇଛି କ୍ରାଇମବ୍ରାଞ୍ଚ। ପଚରାଉଚରା ବେଳେ ଅନେକ ତଥ୍ୟ ସାମ୍ନାକୁ ଆସୁଛି।

Leave A Reply

Your email address will not be published.