ପରଫ୍ୟୁମ୍ ଲଗାଉଥିଲେ ସାବଧାନ, ଭୋଗିପାରନ୍ତି ଏହି ଅସୁବିଧା !

ଯେକୌଣସି ସମୟ ହେବା ବା ଋତୁ ଆଜିକାଲି ପ୍ରାୟ ସମସ୍ତେ ପରଫ୍ୟୁମ୍ ଲଗାଇବାକୁ ପସନ୍ଦ କରନ୍ତି। ଏହା ସୁଗନ୍ଧିତ ହୋଇଥିଲେ ମଧ୍ୟ ଶରୀର ପ୍ରତି ବହୁ ହାନିକାରକ ହୋଇଥାଏ। ଏଥିରେ ଥିବା କେମିକାଲ ଶରୀର ପ୍ରତି ହାନିକାରକ ହେବା ସହ ତ୍ବଚାରେ ସଂକ୍ରମଣର କାରଣ ପାଲଟିଥାଏ। ଏହାର ବ୍ୟବହାରରୁ ଅନେକଙ୍କୁ ଶ୍ବାସ, କର୍କଟ ଏବଂ ସଂକ୍ରମଣ ଜନିତ ରୋଗ ଆଦି ହୋଇଥାଏ।

ପରଫ୍ୟୁମରେ ପ୍ରାପିଲିନ୍ ଏବଂ ଗ୍ଲାୟସୋଲ୍ ଆଦି କେମିକାଲ ରହିଥାଏ। ଏହି ଦୁଇ ରସାୟନ ଶରୀରରେ ସଂକ୍ରମଣର ମୁଖ୍ୟ କାରଣ ହୋଇଥାଏ। ଆପଣ ବୋଧ ହୁଏ ଜାଣିନଥିବେ କିନ୍ତୁ ଏହା ଦ୍ବାରା କିଡ଼ନି ଖରାପ ହେବା ସମସ୍ୟା ମଧ୍ୟ ଉପୁଜିଥାଏ।

spraying-perfume

ଏହା ଛଡ଼ା ଡ଼ିଓ ବା ପରଫ୍ୟୁମକୁ ଆଣ୍ଟିବ୍ୟାକ୍ଟେରିଆଲ କରିବା ପାଇଁ ଟ୍ରାଇକ୍ଳୋସନ ନାମକ କେମିକାଲ ବ୍ୟବହାର କରାଯାଇଥାଏ। ଏହି କେମିକାଲ ଶରୀରରେ ଥିବା ରୋଗପ୍ରତିରୋଧକ କ୍ଷମତା କମ କରିଥାଏ। ତେବେ ଗର୍ଭବତୀ ସମୟରେ ଭୁଲରେ ମଧ୍ୟ ପରଫ୍ୟୁମ୍ ବ୍ୟବହାର କରିବା ଉଚିତ ନୁହଁ। କାରଣ ଏହା ଦ୍ବାରା ଶିଶୁ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଯାହା ଫଳରେ ଶିଶୁର ସଠିକ୍ ଶାରୀରିକ ବିକାଶ ହୋଇପାରି ନଥାଏ।

ପରଫ୍ୟୁମ୍ କାରଣରୁ ତ୍ବଚାରେ କୌଣସି ପ୍ରକାରର ସଂକ୍ରମଣ ଦେଖାଗଲେ ତୁରନ୍ତ ଥଣ୍ଡା ପାଣିରେ ସେହି ସ୍ଥାନକୁ ଧୁଅନ୍ତୁ। ଏହା ଦ୍ବାରା ଆପଣଙ୍କୁ ଆରାମ ମିଳିବା ସହ ଏହା କମ ମଧ୍ୟ ହେବ।

Leave A Reply

Your email address will not be published.