ମୋବାଇଲ ଚୋରକୁ ଧରି ବାନ୍ଧିଲେ ଗାଁଲୋକେ

ଖୋର୍ଦ୍ଧା: ମୋବାଇଲ ଚୋରକୁ ବାନ୍ଧିଲେ ଲୋକେ। ଖୋର୍ଦ୍ଧା ସଦର ଥାନା ଆଡଖଣ୍ଡିଆରେ ଜଣଙ୍କ ଘରେ ପଶି ମୋବାଇଲ ଚୋରି କରିବା ବେଳେ ଧରିଲେ ଗାଁଲୋକେ। ପରେ ତାକୁ ବାନ୍ଧି ଦେଇଥିଲେ। ଗତ ଦୁଇ ଦିନ ତଳେ ଗାଁ ମନ୍ଦିରରୁ ଚୋରି ଘଟଣାରେ ଏହି ଯୁବକର ହାତ ଥିବା ଗାଁଲୋକେ ସନ୍ଦେହ କରୁଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଚୋରକୁ ଗିରଫ କରିଛି। ଅଭିଯୁକ୍ତର ଘର କଟକ ଜିଲ୍ଲାରେ ବୋଲି ଜଣାପଡ଼ିଛି।