Below header

ବିଭିନ୍ନ ସ୍ଥାନରେ ଗଞ୍ଜେଇ ଜବତ, ୧୫ରୁ ଅଧିକ ବେପାରୀ ଗିରଫ

କେନ୍ୟୁଜ୍: ଚୋରାଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବଜ କରିଛି ବାଲେଶ୍ୱର ଜିଲ୍ଳା ଖନ୍ତାପଡା ପୋଲିସ । ଭୁବନେଶ୍ୱରରୁ ବାଲେଶ୍ୱରକୁ ଚୋରାଚାଲାଣ ବେଳେ ଏକ କାରରୁ ୫୦ କେଜି ଗଞ୍ଜେଇ ଜବତ ହୋଇଛି । ଘଟଣାରେ ସଂପୃକ୍ତ ଥିବା ଜଣେ ଯୁବତୀ ଫେରାର ଥିବାବେଳେ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଅନ୍ୟପଟେ ଖୋର୍ଦ୍ଧା ବାଲିପାଟଣା ଥାନା ମଝିହରା ପଞ୍ଚାୟତର ଶେଖ ପାଟଣା ଗାଁରୁ ଗଞ୍ଜେଇ ଜବତ । ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରି ଦୁଇ ବସ୍ତା ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ । ଏଥିସହ ଜୟପୁର ଉପଖଣ୍ଡ ପୋଲିସକୁ ବଡ ସଫଳତା । ଗତ କିଛିଦିନ ମଧ୍ୟରେ ସହରରେ ହେଉଥିବା ଚୋରି ଘଟଣାରେ ଦୁଇ ଯୁବକ ଗିରଫ । ସେପଟେ ୧୨ଜଣ ଗଞ୍ଜେଇ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.