ଆଜି ଲୋକସଭାରେ ଆଗତ ହେବ ତ୍ରିପଲ ତଲାକ୍‌ ବିଲ୍‌

ନୂଆଦିଲ୍ଲୀ(କେନ୍ୟୁଜ୍): ଆଜି ଲୋକସଭାରେ ଆଗତ ହେବ ତ୍ରିପଲ ତଲାକ୍‌ ବିଲ୍‌ । ଏହି ବିଲ୍‌ ଉପରେ ଆଲୋଚନା କରି ପାସ୍‌ କରିବା ପାଇଁ ପ୍ରସ୍ତୁତି କରିଛନ୍ତି ସରକାର । ବିଲ୍‌ ପାସ୍‌ କରିବା ପାଇଁ ଗୃହରେ ଉପସ୍ଥିତ ରହିବାକୁ ଦଳୀୟ ସାଂସଦଙ୍କୁ ହ୍ଵିପ୍‌ ଜାରି କରିଛି ବିଜେପି । ବିଲରେ ଏକକାଳୀଳ ତିନିଥର ତଲାକ କହି ତଲାକ ଦେବାକୁ ଅପରାଧ ବୋଲି କୁହାଯାଉଛି । ଏହା ସହ ଦୋଷୀକୁ ଜେଲ ଦଣ୍ଡ ମିଳିବାର ବ୍ୟବସ୍ଥା କରାଯାଇଛି । ମୋଦି ସରକାର ଦ୍ୱିତୀୟ ଥର କାର୍ଯ୍ୟଭାର ସମ୍ଭାଳିବା ପରେ ସଂସଦର ପ୍ରଥମ ଅଧିବେଶନରେ ଏହାକୁ ଉପସ୍ଥାପନ କରାଯାଇଥିଲା । ହେଲେ ବିରୋଧୀ ଦଳ ଏହାକୁ ବିରୋଧ କରିଛନ୍ତି । କିନ୍ତୁ ନ୍ୟାୟ ଦିଗରେ ଏହି ବିଲ୍‌ ଏକ ଭଲ ପଦକ୍ଷେପ ବୋଲି ସରକାର କହିଛନ୍ତି । ବିଲ୍‌ର ଯାଞ୍ଚ ପାଇଁ ଏହାକୁ ସଂସଦୀୟ କମିଟି ନିକଟକୁ ପଠାଇବା ପାଇଁ ଦାବି କରିଛନ୍ତି ବିରୋଧୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.