ମହିଳା ଏଏସଆଇଙ୍କ ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ଗଞ୍ଜେଇ ଚାଲାଣ ହେଉଥିବା ଗାଡିଟି ଉଲୁଣ୍ଡା ଥାନାରେ କାର୍ଯ୍ୟରତ ଏଏସଆଇ ସ୍ମିତାରାଣୀଙ୍କର ବୋଲି ଜଣାପଡିଛି। ତେବେ ମହିଳା ଏଏସଆଇଙ୍କ ଗାଡି ନେଇ କିଏ ଯାଉଥିଲେ । ଗଞ୍ଜେଇ ଚାଲାଣ ସହ ମହିଳା ଏଏସଆଇଙ୍କର କିଛି ସମ୍ପର୍କ ରହିଛି କି ? ସେନେଇ ତଦନ୍ତ କରୁଛି ପୋଲିସ। 

ସୁବର୍ଣ୍ଣପୁର(କେନ୍ୟୁଜ୍): ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ । ମହିଳା ଏଏସଆଇଙ୍କ ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ଜଣେ ମହିଳା ଏଏସଆଇଙ୍କ ସ୍କୁଟିରୁ ୧୨ କେଜି ୬୦୦ ଗ୍ରାମର ଗଞ୍ଜେଇ ଠାବ ହୋଇଛି। ପୋଲିସର ସ୍ବତନ୍ତ୍ର ଟିମ ପାଟ୍ରୋଲିଂ କରୁଥିବାବେଳେ ବୁଢାରଜା ଛକ ନିକଟରେ ସ୍କୁଟି ଉପରେ ଚଢାଉ କରିଥିଲେ ।

ସ୍କୁଟି ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ ଚାଲାଣ ହେଉଥିବା ଗାଡିଟି ଉଲୁଣ୍ଡା ଥାନାରେ କାର୍ଯ୍ୟରତ ଏଏସଆଇ ସ୍ମିତାରାଣୀଙ୍କର ବୋଲି ଜଣାପଡିଛି। ତେବେ ମହିଳା ଏଏସଆଇଙ୍କ ଗାଡି ନେଇ କିଏ ଯାଉଥିଲେ । ଗଞ୍ଜେଇ ଚାଲାଣ ସହ ମହିଳା ଏଏସଆଇଙ୍କର କିଛି ସମ୍ପର୍କ ରହିଛି କି ? ସେନେଇ ତଦନ୍ତ କରୁଛି ପୋଲିସ।