ଭୁବନେଶ୍ୱରରୁ ଦିଲ୍ଲୀ ମାତ୍ର ୨୫ ମିନିଟ୍‌, ଲଣ୍ଡନରୁ ନ୍ୟୁୟର୍କ ୯୦ ମିନିଟ୍‌…ଉଡ଼ାଣ ଅବଧି କମ୍‌ କରିବ ନାସାର ସୁପରସୋନିକ୍‌ ବିମାନ

ନାସାର ସୁପରସୋନିକ୍ ବିମାନ ପରିକଳ୍ପନା। ମାତ୍ର ଦେଢ଼ ଘଣ୍ଟାରେ ନୁୟର୍କରୁ ଲଣ୍ଡନ ଯାତ୍ରା। କମର୍ସିଆଲ ପାସେଞ୍ଜରଙ୍କୁ ଖୁବ୍ କମ୍ ସମୟରେ ପହଞ୍ଚାଇବାରେ ସହାୟକ ହେବ ସୁପରସୋନିକ୍ ବିମାନ।

ନାସାର ସୁପରସୋନିକ୍ ବିମାନ ପରିକଳ୍ପନା। ମାତ୍ର ଦେଢ଼ ଘଣ୍ଟାରେ ନୁୟର୍କରୁ ଲଣ୍ଡନ ଯାତ୍ରା। କମର୍ସିଆଲ ପାସେଞ୍ଜରଙ୍କୁ ଖୁବ୍ କମ୍ ସମୟରେ ପହଞ୍ଚାଇବାରେ ସହାୟକ ହେବ ସୁପରସୋନିକ୍ ବିମାନ। ଲଣ୍ଡନ ଏବଂ ନ୍ୟୁୟର୍କ ମଧ୍ୟରେ ଉଡ଼ାଣ ପାଇଁ ବିମାନଗୁଡ଼ିକ ପ୍ରାୟ ୮ ଘଣ୍ଟା ସମୟ ନେଇଥାଆନ୍ତି। କିନ୍ତୁ ଏହି ସୁପରସୋନିକ୍ ବିମାନ ୮ ଘଣ୍ଟା ଜାଗାରେ ମାତ୍ର ୯୦ ମିନିଟ୍‌ରେ ପହଞ୍ଚିଯିବ।

ଚଳିତ ସପ୍ତାହରେ ଆମେରିକା ମହାକାଶ ସଂସ୍ଥା ‘ନାସା’ ଏହା ଘୋଷଣା କରିଛି। ବ୍ୟବସାୟିକ କ୍ଷେତ୍ରକୁ ବ୍ୟାପକ କରିବା ପାଇଁ ସୁପରସୋନିକ ପାସେଞ୍ଜର ଏୟାର ଟ୍ରାଭେଲ ଆରମ୍ଭ କରିବାକୁ ଚାହୁଁଛି ଏହି ମହାକାଶ ସଂସ୍ଥା।

ସେହିଭଳି ଭୁବନେଶ୍ୱରରୁ ଦିଲ୍ଲୀ ମାତ୍ର ୨୫ ମିନିଟରେ ପହଞ୍ଚାଇବାରେ ସହାୟକ ହେବ ସୁପରସୋନିକ୍ ବିମାନ। କନକୋର୍ଡ ବିମାନ ଭଳି ଦ୍ୱିଗୁଣ ଗତିରେ ଉଡ଼ିପାରିବ ସୁପରସୋନିକ ବିମାନ। ଏହି ବିମାନ ପ୍ରତି ଘଣ୍ଟାରେ ୧୫୩୫ ମାଇଲରୁ ୩୦୪୫ ମାଇଲ ଗତିରେ ଯାଇପାରିବ। F/A-18 ଯୁଦ୍ଧ ବିମାନର ଦ୍ୱିଗୁଣ ବେଗରେ ଗତି କରିବ ସୁପରସୋନିକ୍ ବିମାନ।

ନାସାର ଏହି ବିମାନ କ୍ୱାଇଟ୍‌ X-59 ସୁପରସୋନିକ ବିମାନ ଉପରେ ଆଧାରିତ। ଯଦି ପ୍ରାଥମିକ ପରୀକ୍ଷଣ ସଫଳ ହୁଏ, ତେବେ ଏହି ବିମାନ ଆଟଲାଣ୍ଟିକ ଉପରେ ଘଣ୍ଟା ପ୍ରତି ୧୫୩୫ରୁ ୩୦୪୫ ମାଇଲ ବେଗରେ ଉଡ଼ିପାରିବ, ଯାହା ଏଫ୍‌-ଏ-୧୮ ଫାଇଟର୍‌ ଜେଟର ସର୍ବାଧିକ ଗତିର ଦୁଇଗୁଣ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.