ଭଉଣୀକୁ ମାଆ ହେବାର ସୌଭାଗ୍ୟ ଅର୍ଜନ କରିବା ପାଇଁ ନିଜ ଗର୍ଭାଶୟ ଦାନ କଲେ ବଡ ଭଉଣୀ, ସଫଳ ହେଲା ଗର୍ଭ ପ୍ରତ୍ୟାରୋପଣ

ଗର୍ଭାଶୟ ଦାନ କଲେ ମହିଳା । କଣ ଆଶ୍ଚର୍ଯ୍ୟ ହେଉଛନ୍ତି କି ଏହା କେମିତି ସମ୍ଭବ ? ଗର୍ଭାଶୟ କେମିତି କିଏ ଦାନ କରିପାରିବ । ହଁ ଆଜ୍ଞା ଏମିତି ହିଁ ହୋଇଛି । ନିଜ ସାନ ଭଉଣୀକୁ ମାଆ ହେବାର ସୌଭାଗ୍ୟ ଅର୍ଜନ କରିବା ପାଇଁ ନିଜ ଗର୍ଭାଶୟ ଦାନ କରିଛନ୍ତି ୪୦ ବର୍ଷିୟା ଜଣେ ମହିଳା ।

ଗର୍ଭାଶୟ ଦାନ କଲେ ମହିଳା । କଣ ଆଶ୍ଚର୍ଯ୍ୟ ହେଉଛନ୍ତି କି ଏହା କେମିତି ସମ୍ଭବ ? ଗର୍ଭାଶୟ କେମିତି କିଏ ଦାନ କରିପାରିବ । ହଁ ଆଜ୍ଞା ଏମିତି ହିଁ ହୋଇଛି । ନିଜ ସାନ ଭଉଣୀକୁ ମାଆ ହେବାର ସୌଭାଗ୍ୟ ଅର୍ଜନ କରିବା ପାଇଁ ନିଜ ଗର୍ଭାଶୟ ଦାନ କରିଛନ୍ତି ୪୦ ବର୍ଷିୟା ଜଣେ ମହିଳା । ଦୁଇଟି ସନ୍ତାନର ମାଆ ହୋଇସାରିଥିବା ମହିଳା ନିଜ ଭଉଣୀକୁ ନିଜର ଗର୍ଭ ଦାନ କରିବା ପାଇଁ ଚାହିଁଲେ । ଯେପରି ମାଆ ହେବାକୁ ଅସମର୍ଥ ଥିବା ଭଉଣୀ ମାଆ ହୋଇପାରିବ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗର୍ଭ ପ୍ରତ୍ୟାରୋପଣ ଦ୍ୱାରା ସାରା ଦୁନିଆରେ ପ୍ରାୟ ୫୦ ଜଣ ପିଲା ଜନ୍ମ ହୋଇସାରିଛନ୍ତି । ଆଉ ଏହା ମାଆ ବନିପାରୁନଥିବା ମହିଳାଙ୍କୁ ମାଆ ହେବା ପାଇଁ ଏକ ସୁବର୍ଣ୍ଣ ମଉକା ଦେଇଥାଏ । ତେବେ କହିରଖିବାକୁ ଚାହିଁବୁୁ ଯେ ପ୍ରାୟ ୫୦୦୦ ମହିଳାଙ୍କ ମଧ୍ୟରୁ ଜଣଙ୍କୁ ପ୍ରଭାବିତ କରିଥାଏ । ଏହି ସିଣ୍ଡ୍ରୋମରେ ପୀଡିତ ଲୋକଙ୍କ ଯୋନି ଅବକାସିତ ହୋଇଥାଏ ଅଥବା ଗର୍ଭାଶୟ ଗାୟବ ହୋଇଥାଏ । ଏହି ସ୍ଥିତିର ପ୍ରଥମ ସଂକେତ ସେତେବେଳେ ହୋଇଥାଏ । ଯେତେବେଳେ କୌଣସି କିଶୋରୀ ଝିଅକୁ ମାସିକ ଧର୍ମ ହୋଇନଥାଏ । ଯଦିଓ ଅଣ୍ଡାଶୟ ଠିକଠାକ୍‌ ଥାଏ ଏବଂ ଅଣ୍ଡା ଏବଂ ମହିଳା ହର୍ମୋନର ଉତ୍ପାଦନ କରିବାର କାର୍ଯ୍ୟ କରିଥାଏ । ଏଥିପାଇଁ ପ୍ରଜନନ ଉପଚାର ଗର୍ଭଧାରଣକୁ ସମ୍ବବ ବନାଇବାରେ ସାହାଯ୍ୟ କରିପାରେ ।

uterusବର୍ତ୍ତମାନ ସମୟରେ ଚିକିତ୍ସା ବିଜ୍ଞାନ ବହୁତ ଆଗରେ ପହଞ୍ଚିଲାଣି । ଡାକ୍ତରମାନେ ବିରଳ ସର୍ଜରୀ ମାଧ୍ୟମରେ ଅନେକ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହେଉଛନ୍ତି । ତେବେ ଏହା ମଧ୍ୟରେ ଦେଖିବାକୁ ମିଳିଛି ମେଡିକାଲ ସାଇନ୍ସର ଏକ କମାଲ । ଜଣେ ମହିଳାଙ୍କର ଗର୍ଭାଶୟ ବାହାର କରି ଅନ୍ୟ ଜଣେ ମହିଳାଙ୍କଠାରେ ପ୍ରତିରୋପଣ କରାଇବାରେ ଡାକ୍ତରମାନେ ସଫଳ ହୋଇଛନ୍ତି ।

ସୂଚନା ମୁତାବକ, ବ୍ରିଟେନରେ ପ୍ରଥମ ଥର ପାଇଁ ଗର୍ଭ ପ୍ରତିରୋପଣ କରାଯାଇଛି । ଏହି ଟ୍ରାନ୍ସପ୍ଲାଣ୍ଟ ପାଇଁ ପାଖାପାଖି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୩୦ ଜଣ ବିଶେଷଜ୍ଞଙ୍କ ଟିମ ୧୭ ଘଣ୍ଟା ଧରି ସର୍ଜରୀ କରିଥିଲେ । ସର୍ଜରୀ କରିଥିବା ଡାକ୍ତର କରିଛନ୍ତି, ଗର୍ଭାଶୟ ପାଇଥିବା ମହିଳା ଟାଇପ-୧ ମେୟର ରକିଟେନସ୍କି କଷ୍ଟର ହାଉଜର ନାମକ ଏକ ଦୁର୍ଲ୍ଲଭ ବିମାରୀ ସହ ଲଢ଼ୁଥିଲେ । ଏପରି ରୋଗରେ ପୀଡ଼ିତ ଥିବା ମହିଳାଙ୍କର ଗର୍ଭାଶୟ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇପାରିନଥାଏ । ମାତ୍ର ମହିଳାଙ୍କର ଗର୍ଭାଶୟ ଠିକ୍ ଭାବେ କାମ କରୁଥିଲା । ସେ ଓ ତାଙ୍କର ପତି ଫର୍ଟିଲିଟି ଚିକିତ୍ସା କରାଇ ୮ଟି ଭ୍ରୁଣକୁ ଷ୍ଟୋର କରିରଖିଥିଲେ ।

ଟ୍ରାନ୍ସପ୍ଲାଷ୍ଟ ପୂର୍ବରୁ ଦୁଇ ମହିଳାଙ୍କୁ କାଉନସିଲ କରାଯାଇଥିଲା । ଦୁଇ ମହିଳା ସମ୍ପର୍କରେ ଦୁଇ ଭଉଣୀ ଥିଲେ । ମାନବ ଟିସୁ ଅଥରିଟିଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଏହି ପ୍ରତିରୋପଣ କରାଯାଇଥିଲା । ଏକ ଚାରିଟି ସଂସ୍ଥା ଏହି ସର୍ଜରୀର ଖର୍ଚ୍ଚ ବହନ କରିଥିଲା । ଗୋଟିଏ ଟିମ୍ ଡୋନର ମହିଳାଙ୍କଠାରୁ ଗର୍ଭାଶୟ ବାହାର କରିଥିଲେ, ଯାହାକି ୮ ଘଣ୍ଟା ସମୟ ଲାଗିଥିଲା । ଏହି ଅବସରରେ ରୋଗୀଠାରେ ଦେଖାଯାଉଥିବା ପରିବର୍ତ୍ତନ ଉପରେ ନଜର ରଖାଯାଇଥିଲା । ଏହି ଗର୍ଭାଶୟକୁ ଯେଉଁ ମହିଳାଙ୍କଠାରେ ଲଗା ଯାଇଥିଲା ତାଙ୍କୁ ପ୍ରଥମେ ଇମ୍ୟୁନ ସିଷ୍ଟମକୁ ନିୟନ୍ତ୍ରଣ କରିବାର ଔଷଧ ଦିଆଯାଇଥିଲା । ଡୋନର ମହିଳାଙ୍କର ପୂର୍ବରୁ ଦୁଇଟି ଦୁଇଟି ସନ୍ତାନ ରହିଥିବା ବେଳେ ଗର୍ଭାଶୟ ପାଇଥିବା ମହିଳା ମଧ୍ୟ ଏବେ ମାଆ ହୋଇପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.