ବିମାନ ଯାତ୍ରାବେଳେ ଲଗେଜ୍‌ ସହ ଯାତ୍ରୀଙ୍କ ଓଜନ ମାପିବ ଏହି ଏୟାରଲାଇନ୍ସ,, ଜାଣନ୍ତୁ କାହିଁକି ନିଆଯାଇଛି ଏଭଳି ନିଷ୍ପତ୍ତି

ଦକ୍ଷିଣ କୋରିଆର ସବୁଠାରୁ ବଡ଼ ଏୟାରଲାଇନ୍ସ କମ୍ପାନୀ କୋରିଆନ୍‌ ଏୟାର କହିଛି ଯେ ବିମାନରେ ଯିବା ପୂର୍ବରୁ ଯାତ୍ରୀଙ୍କ ଓଜନ ନିଆଯିବ । କୋରିଆନ୍‌ ଏୟାରଲାଇନ୍ସ କହିଛି ଯେ ବିମାନ ସୁରକ୍ଷା ପାଇଁ ଯାତ୍ରୀଙ୍କ ହାରାହାରି ଓଜନ ସହ ସେମାନଙ୍କ ସହିତ ଆସୁଥିବା ଲଗେଜ୍‌କୁ ଓଜନ କରାଯିବ ।

ବିମାନ ଯାତ୍ରା ଦ୍ୱାରା ଦୁନିଆର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ସହଜ ହୋଇଛି । ଆପଣ ବିମାନ ଯାତ୍ରା ସମୟରେ ଆପଣଙ୍କର ଲଗେଜ୍‌ର ଓଜନ ଚେକ କରିଥିବା ଦେଖିଥିବେ । କିନ୍ତୁ ବର୍ତ୍ତମାନ ବିମାନ ବନ୍ଦରରେ କିଛି ନୂଆ କଥା ଦେଖିବାକୁ ମିଳିବ । ଯାତ୍ରୀମାନଙ୍କ ଲଗେଜ୍‌ ଓଜନ ସହ ନିଜ ଓଜନ ବି ମାପିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଯିଏ ଏକଥା ଶୁଣୁଛି ଆଶ୍ଚର୍ଯ୍ୟ ହେଉଛି । ତେବେ ଏଭଳି ନିଷ୍ପତ୍ତି କେଉଁଠାରେ ନିଆଯାଇଛି ଆସନ୍ତୁ ଜାଣିବା ଏବଂ ଏହାର କାରଣ କ’ଣ ?

ଦକ୍ଷିଣ କୋରିଆର ସବୁଠାରୁ ବଡ଼ ଏୟାରଲାଇନ୍ସ କମ୍ପାନୀ କୋରିଆନ୍‌ ଏୟାର କହିଛି ଯେ ବିମାନରେ ଯିବା ପୂର୍ବରୁ ଯାତ୍ରୀଙ୍କ ଓଜନ ନିଆଯିବ । କୋରିଆନ୍‌ ଏୟାରଲାଇନ୍ସ କହିଛି ଯେ ବିମାନ ସୁରକ୍ଷା ପାଇଁ ଯାତ୍ରୀଙ୍କ ହାରାହାରି ଓଜନ ସହ ସେମାନଙ୍କ ସହିତ ଆସୁଥିବା ଲଗେଜ୍‌କୁ ଓଜନ କରାଯିବ । ଜୁନ୍ ମାସରେ ନ୍ୟୁଜିଲାଣ୍ଡରେ, ଏୟାର ନ୍ୟୁଜିଲାଣ୍ଡ ଦେଇ ଯାତ୍ରା କରୁଥିବା ୧୦ ହଜାରରୁ ଅଧିକ ଯାତ୍ରୀଙ୍କୁ ମଧ୍ୟ ବିମାନ ଉଡ଼ାଣ ଭରିବା ପୂର୍ବରୁ ନିଜ ଓଜନ ମାପିବାକୁ ପଡ଼ିଥିଲା ।

କାହିଁକି ଏପରି ନିଷ୍ପତ୍ତି ନିଆଗଲା?

ରିପୋର୍ଟ ଅନୁଯାୟୀ, ରାଜଧାନୀ ସିଓଲର ଦୁଇଟି ବଡ଼ ଏୟାରପୋର୍ଟରୁ ଉଡ଼ାଣ ଭରିବା ପାଇଁ ଥିବା ଯାତ୍ରୀମାନେ ସେଠାରେ ରଖାଯାଇଥିବା ଡିଜିଟାଲ ସ୍କେଲରେ ନିଜର ଓଜନ ରେକର୍ଡ କରିବେ । ସରକାରଙ୍କ କହିବା ଅନୁସାରେ ଫ୍ଲାଇଟ ଅପରେସନର ସେଫ୍ଟି ପାଇଁ ଏହା ଅତ୍ୟନ୍ତ ଜରୁରୀ । ଦକ୍ଷିଣ କୋରିଆର ଲ୍ୟାଣ୍ଡ, ଇନଫ୍ରାଷ୍ଟ୍ରକଚର ଏବଂ ଟ୍ରାନ୍ସପୋର୍ଟେସନ (MOLIT) ସମସ୍ତ କୋରିଆନ୍‌ ଏୟାରଲାଇନ୍ସକୁ ସେମାନଙ୍କର ‘ଏୟାରକ୍ରାଫ୍ଟ େଓ୍ଵଟ ଆଣ୍ଡ ବାଲାନ୍ସ ମ୍ୟାନେଜମେଣ୍ଟ ଷ୍ଟାଣ୍ଡାର୍ଡ୍ସ’କୁ ଅପଡେଟ କରିବାକୁ କହିଛି ।

କୋରିଆନ୍ ଏୟାର ନୂଆ ନିୟମ ପାଳନ କରିଥାଏ ଏବଂ ସୁରକ୍ଷା ପାଇଁ ପ୍ରତିବଦ୍ଧ ଥାଏ । ଏୟାର ଲାଇନ୍ସ ବିଶ୍ୱାସ କରେ ଯେ, ଯାତ୍ରୀଙ୍କ ସୁରକ୍ଷା ତାର ସବୁଠାରୁ ବଡ ପ୍ରାଥମିକତା । ଏହି ନୂଆ ନିୟମ ଅଗଷ୍ଟ ୨୮ରୁ ଗିମ୍ପୋ ଏୟାରପୋର୍ଟରେ ଲାଗୁ ହୋଇଥିବାବେଳେ ଇଞ୍ଚିୟୋନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ସେଗୁଡିକ ସେପ୍ଟେମ୍ବର ୮ ରୁ କାର୍ଯ୍ୟକାରୀ ହେବ । ସରକାରଙ୍କ ଏହି ନୂଆ ନିଷ୍ପତ୍ତିକୁ ନେଇ ଲୋକମାନେ ମଧ୍ୟ ଚିନ୍ତାରେ ଥିବା ଜଣା ପଡ଼ିଛି ।

ଲୋକଙ୍କ ଚିନ୍ତାର କାରଣ କ’ଣ?
ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଲୋକମାନେ ସେମାନଙ୍କର ପ୍ରାଇଭେସୀ ପ୍ରତି ବିପଦର ସମ୍ମୁଖୀନ ହୋଇପାରନ୍ତି । ଲୋକଙ୍କ କହିବା ଅନୁସାରେ ସମସ୍ତଙ୍କ ମଧ୍ୟରେ ଏହି ଉପାୟରେ ସେମାନଙ୍କର ଓଜନ ମାପିବା ଠିକ୍ ନୁହେଁ । ଏୟାରଲାଇନ୍ସ କହିଛି ଯେ, ଯାତ୍ରୀଙ୍କ ଓଜନ ମାପିବାର ପ୍ରାଇଭେସୀ ଉପରେ ଏହାର ସମ୍ପୂର୍ଣ୍ଣ ଯତ୍ନ ନିଆଯିବ । ଯାତ୍ରୀଙ୍କ ଓଜନ ମାଧ୍ୟମରେ ମିଳିଥିବା ଡାଟାକୁ ସର୍ଭେ ପାଇଁ ବ୍ୟବହାର କରାଯିବ ବୋଲି କୁହାଯାଇଛି। କିନ୍ତୁ ଯେଉଁ ଯାତ୍ରୀଙ୍କ ଓଜନ ଅଧିକ ହେବ ସେମାନେ ଅଧିକ ଟଙ୍କା ଦେବେ ସେପରି କିଛି କୁହାଯାଇ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.