କନ୍ଧମାଳର ବିଭିନ୍ନ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ, ୧୫ କୋଟିର ଗଞ୍ଜେଇ ଗଛ ନଷ୍ଟ

ଫୁଲବାଣୀ(କେନ୍ଯୁଜ୍): ୧୫ କୋଟିର ଗଞ୍ଜେଇ ଗଛ ନଷ୍ଟ। କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଗଞ୍ଜେଇ କଟା ଅଭିଯାନ ଜାରି ରହିଛି। ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ସଦର ଥାନା ଦୁଡ୍‌କି ଗ୍ରାମପଞ୍ଚାୟତର ବ୍ରାଡିପଦା, ହାତିମେଶା ଓ ବିଲବାଡି ଗାଁର ୧୫୨ ଏକର ଜମିରେ ଲାଗିଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରାଯାଇଛି।

ଯାହାର ଆନୁମାନିକ ମୂଲ୍ୟ ୧୫କୋଟିରୁ ଅଧିକ ହେବ। ଏନେଇ ସୂଚନା ଦେଇଛନ୍ତି ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.